ପ୍ରଥମ ଥର ପାଇଁ ୨୫୦୦୦ ପଏଣ୍ଟ ଟପିଲା ନିଫଟି

ମୁମ୍ବାଇ : ଅଗଷ୍ଟ ମାସର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ରହିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୫,୦୦୦ ଅତିକ୍ରମ କରିବାରେ ସଫଳ ହୋଇଥିବା ବେଳେ ବିଏସଇ ସେନ୍ସେକ୍ସ ମଧ୍ୟ ୮୨,୦ ଟପି ୮୨,୧୨୯.୪୯ ର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାରରେ ଏହି ବୃଦ୍ଧିର ଶ୍ରେୟ ଏନର୍ଜି ଷ୍ଟକଗୁଡ଼ିକୁ ଯାଉଛି। କୋଲ୍ ଇଣ୍ଡିଆ, ଓଏନ୍ ଜିସି, ପାୱାର ଗ୍ରିଡ୍ ଭଳି ସରକାରୀ କମ୍ପାନିର ସେୟାରରେ ପ୍ରବଳ କ୍ରୟ ଦେଖିବାକୁ ମିଳିଛି। ଆଜିର କାରବାର ଶେଷ ସୁଦ୍ଧା ନିଫ୍ଟି ୬୪୦ ପଏଣ୍ଟ ବୃଦ୍ଧି ପାଇ ୨୫,୦୧୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ସେନ୍ସେକ୍ସ ୧୨୬ ପଏଣ୍ଟ ବୃଦ୍ଧି ସହ ୮୧,୮୬୭ ପଏଣ୍ଟରେ ବନ୍ଦ ହୋଇଛି।
ଆଜିର କାରବାରରେ ଶକ୍ତି, ଫାର୍ମା, ଏଫ୍ଏମସିଜି, ହେଲଥକେୟାର ବ୍ୟାଙ୍କିଙ୍ଗ୍ ଏବଂ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଷ୍ଟକଗୁଡ଼ିକରେ କ୍ରୟ ହୋଇଥିବା ବେଳେ ଅଟୋ, ଆଇଟି, ଉପଭୋକ୍ତା ସାମଗ୍ରୀ, ଧାତୁ, ରିଅଲ୍ ଇଷ୍ଟେଟ୍ ଏବଂ ମିଡିଆ ସେୟାର ଗୁଡ଼ିକ ବନ୍ଦ ହୋଇଯାଇଛି। ବୁଧବାର କାରବାର ଅଧିବେଶନରେ ଭାରତୀୟ ଷ୍ଟକ ବଜାରର ମାର୍କେଟ କ୍ୟାପ୍ ରେକର୍ଡ ସ୍ତରରେ ପହଞ୍ଚିଥିଲେ ହେଁ ଆଜିର ଅଧିବେଶନରେ ଏହା ହ୍ରାସ ପାଇଛି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୬୧.୬୧ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି।

Share Now:

Kalinga News Beuro

Next Post

ବିଏସ୍‌ଏନ୍‌ଏଲର ବଡ ପଦକ୍ଷେପ : ଘରୋଇ କମ୍ପାନିକୁ ଦେବ ଟକ୍କର

Thu Aug 1 , 2024
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ତାର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ ଏକମାତ୍ର ଏପରି ଟେଲିକମ୍ କମ୍ପାନି ଯାହାକି ତାର ରିଚାର୍ଜ ଯୋଜନା ମୂଲ୍ୟ ବୃଦ୍ଧି କରିନାହିଁ। ଗତ ମାସରେ ଜିଓ, ​​ଏୟାରଟେଲ, ଭିଆଇ ସେମାନଙ୍କର ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ପରେ ଉକ୍ତ ଟେଲିକମ୍ କମ୍ପାନିର ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial