କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛି!

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଏବେ ଧରାଶାୟୀ ହୋଇପଡିଛି । ପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟସବୁ ମହଙ୍ଗା ଦରରେ ବିକ୍ରି ହେଉଛି । ସେଠାକାର ଲୋକମାନେ ନାହିନଥିବା ଅସୁବିଧା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶର ଅର୍ଥନୀତି କ’ଣ ସୁଧାରିବେ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛନ୍ତି । ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଲୋକଙ୍କୁ ପାଣି ମଧ୍ୟ କିଣି ପିଇବାକୁ ପଡୁଛି । ଡାଲି,ଚିନି,ଗ୍ୟାସ୍ ,କ୍ଷୀର ଏବଂ ଫଳ ସମେତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ବଢୁଛି । ଭାରତ ସହ ବ୍ୟବସାୟ ବନ୍ଦ ହେବା ପରେ ପାକିସ୍ତାନ ଏବେ ନିଜ ଗୋଡରେ ହିଁ କୁରାଢି ମାରିବା ଭଳି କାମ କରିଛି ।
ପାକିସ୍ତାନରେ ଡାଲିର ଦର ଖୁବ୍ ମହଙ୍ଗା ରହିଛି । ସେଠାରେକିଲୋଗ୍ରାମ୍ ପ୍ରତି ବୁଟ ଡାଲିର ଦର ୩୬୦ ଟଙ୍କା ରହିଛି । ଠିକ୍ .ସେହିପରି ମୁଗଡାଲି ୧୭୦ ଟଙ୍କା ,ମସୁର ଡାଲି ୧୩୦ ଟଙ୍କା ଏବଂ କୋଳଥ ଡାଲି ୧୮୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଯଦି ଆମେ କ୍ଷୀର କଥା କହିବା ତେବେ ପାକ୍ ରେ ଭାରତଠାରୁ ୨ ଗୁଣା ଅଧିକ ଦାମ୍ ରେ କ୍ଷୀର ବିକ୍ରି ହେଉଛି । ପାକିସ୍ତାନରେ ଏକ ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୦୦ ରୁ ୧୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ମହଙ୍ଗା ଦରରେ ଲୋକଙ୍କ ପାଇଁ ଚା’ ପିଇବା ମଧ୍ୟ କଷ୍ଟକର ହୋଇପଡିଲାଣି । ପାକ୍ ରେ ଚିନି କିଲୋ ଏବେ ୮୦ ଟଙ୍କା । ଗୋଟିଏ ନାନ୍ ରୁଟିର ଦାମ୍ ୪୦ ଟଙ୍କା । କେବଳ ଏତିିକି ନୁହଁ ପେଟ୍ରୋଲ୍ ଏବଂ ଘରୋଇ ଗ୍ୟାସ୍ ଦାମରେ ମଧ୍ୟ ନିଆଁ ଲାଗିଛି । ଏକ ଲିଟର ପେଟ୍ରୋଲର ଦାମ୍ ୧୧୭ ଟଙ୍କା ରହିଛି । ପାକିସ୍ତାନରେ ଡଲାରର ଦାମ୍ ଭାରତ ତୁଳନାରେ ଦୁଇଗୁଣା ଅଧିକ ରହିଛି । ଭାରତରେ ଯେଉଁଠି ୧ ଲିଟର ଡଲାରର ଦାମ୍ ୭୧ ଟଙ୍କା ୧୪ ପଇସା ରହିଛି , ସେଠି ପାକିସ୍ତାନରେ ୧୫୯ ଟଙ୍କା ୭୬ ପଇସା ରହିଛି । କହିବାକୁ ଗଲେ ପାକିସ୍ତାନ ଏବେ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଛି ।

Share Now:

Kalinga News Beuro

Leave a Reply

Next Post

ଆଉଟସୋର୍ସିଂ ନିଯୁକ୍ତିରେ ଅନିୟମିତତା, ବାତିଲ ନିର୍ଦେଶ ଦେଲେ ଶକ୍ତି ମନ୍ତ୍ରୀ

Tue Aug 20 , 2019
କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ୩୩/୧୧ କେଭି ଗ୍ରିଡ ଚାର୍ଜ ନ ହେଉଣୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତିରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେଲାଣି। ଏଠାରୁ ସଦ୍ୟ ବଦଳି ହୋଇଥିବା ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଆଲୋକ ଶତପଥୀ ଏହି ନିଯୁକ୍ତିରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଘ କର୍ମକର୍ତ୍ତାଙ୍କ ସୁପାରିସ ଥିବା କଥା କହିବା ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଅନ୍ୟପଟେ ଏହି ନିଯୁକ୍ତିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial