ଭଡ଼ାରେ ଚାଲିବ ଟ୍ରେନ୍ : ଭାରତୀୟ ରେଳ ବିଭାଗର ବଡ ନିଷ୍ପତି

ଭଡ଼ାରେ ଚାଲିବ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନି ଟ୍ରେନକୁ ଭଡ଼ାରେ ନେଇପାରିବେ। ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରାଳୟର ଆଲୋଚନା ହୋଇଛି। ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ ଚାର୍ଜ ଲଗାଇବ। ଏହି ଯୋଜନାରେ ୩୩୩୩ ଟି କୋଚ୍ ଅର୍ଥାତ ୧୯୦ ଟି ଟ୍ରେନକୁ ରେଳ ମନ୍ତ୍ରାଳୟ ଚିହ୍ନଟ କରିଛି। ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭାରତ ଗୌରବ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛନ୍ତି। ଏହି ଟ୍ରେନ ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଦର୍ଶନ କରିବା ଭଳି ବିଷୟବସ୍ତୁ ଉପରେ ଆଧାରିତ ହେବ। ଏନେଇ ରେଳ ବିଭାଗ ତରଫରୁ ୧୯୦ ଟି ଟ୍ରେନ ଆବଣ୍ଟିତ କରାଯାଇଛି। ରେଳମନ୍ତ୍ରୀ କହିଛନ୍ତି ଯେ, ଭଲ ପ୍ରତିକ୍ରିୟା ମିଳିଲେ ଏହି ଟ୍ରେନର ସଂଖ୍ୟାକୁ ବୃଦ୍ଧି କରାଯିବ। ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନର ପରିଚାଳନା କେବଳ ପର୍ଯ୍ୟଟନସ୍ଥଳ ପାଇଁ କରାଯିବ। ଭାରତ ଗୌରବ ଟ୍ରେନ, ରାମାୟଣ ଟ୍ରେନ ମାଧ୍ୟମରେ ଲୋକଙ୍କୁ ଭାରତୀୟ ସଂସ୍କୃତି, ଆମର ବିବିଧତା ଓ ଐତିହ୍ୟ ସହ ପରିଚିତ କରାଇବାର ସୁଯୋଗ ମିଳିବ। ଏହାସହ ଆଗାମୀ ଦିନରେ ରେଳ ମନ୍ତ୍ରାଳୟ ଗୁରୁ କୃପା ଓ ସଫାରୀ ଟ୍ରେନ ଚଳାଇବାକୁ ଯୋଜନା କରିଛି। ତେବେ ଟ୍ରେନ ଭଡାରେ ନେବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଏସି, ନନ୍ ଏସି ଭଳି ସମସ୍ତ କାଟାଗୋରୀର ଟ୍ରେନ ଉପଲବ୍ଧ ରହିବ। ଏହାସହ ରୁଟ ଚୟନ କରିବାର ଅଧିକାର କମ୍ପାନି ପାଖରେ ରହିବ।

Share Now:

Kalinga News Beuro

Next Post

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଲା ‘ଆଇଏସ୍‌ଆଇଏସ୍‌’ : ଥାନାରେ ଅଭିଯୋଗ

Wed Nov 24 , 2021
ନୂଆଦିଲ୍ଲୀ: ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ‌‌ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ ଗଣମାଧ୍ୟମକୁ କହିଛନ୍ତି, ଇ-ମେଲ୍‌ ଜରିଆରେ ‘‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ […]
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial