କରୋନା ପ୍ରଭାବ : ହଜାର ହଜାର କର୍ମଚାରୀଙ୍କୁ ଛଟେଇ କଲା ଆଇବିଏମ୍

ସାନଫ୍ରାନସିସକୋ : କରୋନା ମହାମାରୀ ପ୍ରଭାବରୁ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନିମାନଙ୍କ ଅବସ୍ଥା ଖରାପ ହୋଇଯାଇଛି। ଏହା ଫଳରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କଲେଣି। ଆମେରିକୀୟ ଟେକ୍ନୋଲୋଜି କମ୍ପାନି ଆଇବିଏମ ସାରାବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ଘୋଷଣା କରିଛି। ବର୍ତ୍ତମାନର ପରିସ୍ଥିତି ଓ କମ୍ପାନିର ଦୀର୍ଘ ମିଆଦୀ ସ୍ୱାର୍ଥକୁ ଦ୍‌ଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ତେବେ ନିର୍ଦ୍ଦିଷ୍ଟଭାବେ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେ ସମ୍ପର୍କରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇ ନାହିଁ। ଆହୁରି ମଧ୍ୟ ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଭାରତରେ କେତେ ଛଟେଇ ହୋଇଛନ୍ତି ତାହା ଜଣାପଡ଼ିନାହିଁ। କେବଳ ଛଟେଇ ନୁହେଁ, ପ୍ରାୟ ସବୁ କର୍ମଚାରୀଙ୍କ ଦରମା ମଧ୍ୟ କାଟ କରାଯାଇଛି। ଆଉ ଏକ ଟେକ୍ନୋଲୋଜି କମ୍ପାନି ଏଚପି ପକ୍ଷରୁ ମଧ୍ୟ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଓ କର୍ମଚାରୀଙ୍କ ଦରମା କାଟ କରାଯାଇଛି। ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କଟାଯିବ ବୋଲି ଜଣାଯାଇଛି।
ବିଶ୍ୱରେ କରୋନା ମହାମାରୀ ଵ୍ୟାପିବା ପରେ ପ୍ରାୟ ସବୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ମାନ୍ଦାବସ୍ଥା ଯୋଗୁଁ ବଜାରରେ ଚାହିଦା ହ୍ରାସ ପାଇଛି। ଏହା ଫଳରେ କମ୍ପାନିମାନଙ୍କ କାରବାର ଗୁରୁତରଭାବେ ପ୍ରଭାବିତ ହୋଇଛି। ଏହା ଫଳରେ ବିଶ୍ୱରେ ବେକାରୀ ସମସ୍ୟା ଉତ୍କଟ ହେବା ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍

Sun May 24 , 2020
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ କିଛି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିବା ବେଳେ ଦେଶବାସୀଙ୍କୁ ଏଥିରେ ଦାନ ଦେବା ପାଇଁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅନେକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial