ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ ପଳାୟନ କଲେ ରୁଷ ସୈନ୍ୟ

ୟୁକ୍ରେନ ସେନାର ଅତର୍କିତ ଆକ୍ରମଣ

କିବ୍ : ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଅପ୍ରତ୍ୟାଶିତ ମୋଡ଼ ନେବା ଆରମ୍ଭ କରିଛି। ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଚକିତ କରିଦେଇଛନ୍ତି। ଏପରିକି ରୁଷ ଦ୍ୱାରା ଗତ ୬ ମାସ ହେଲା ଅଧିକାର କରାଯାଇଥିବା କେତେକ ଅଞ୍ଚଳକୁ ମୁକ୍ତ କରିବାରେ ୟୁକ୍ରେନ ସୈନ୍ୟମାନେ ସଫଳ ହୋଇଛନ୍ତି। କେତେକ ସ୍ଥାନରେ ରୁଷ ସୈନ୍ୟମାନଙ୍କୁ ନିଜ ଦେଶର ସୀମା ମଧ୍ୟକୁ ପଳାୟନ କରିବାକୁ ପଡ଼ିଛି। ୟୁକ୍ରେନ ପକ୍ଷରୁ ସୋମବାରଦିନ କୁହାଯାଇଛି ଉତ୍ତର-ପୂର୍ବାଞ୍ଚଳରେ ଥିବା ଖାରକିବ୍ ଅଞ୍ଚଳର କେତେକ ଗ୍ରାମକୁ ରୁଷ ସୈନ୍ୟଙ୍କ କବଳରୁ ମୁକ୍ତ କରାଯାଇଛି। ସେସବୁ ଗ୍ରାମ ଗତ ଫେବ୍ରୁଆରି ୨୪ରୁ ରୁଷ ସୈନ୍ୟଙ୍କ କବଜାରେ ଥିଲା। ସୀମାନ୍ତରେ ଥିବା କେତେକ ଗ୍ରାମକୁ ମୁକ୍ତ କରିବା ସହ ୟୁକ୍ରେନ ସେନା ରୁଷ ସୈନ୍ୟଙ୍କୁ ରୁଷ ସୀମା ମଧ୍ୟକୁ ଫେରିଯିବାକୁ ବାଧ୍ୟ କରିଛି। ଗତ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି ବୋଲି ଖାରକିବ୍ ଅଞ୍ଚଳର ଗଭର୍ଣ୍ଣର ଏଲେ ସିନେଉବୋଭ୍ କହିଛନ୍ତି। ଗତ ରବିବାରଦିନ ରୁଷ ପକ୍ଷରୁ ୟୁକ୍ରେନର କେତେକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା। ଫଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। କିନ୍ତୁ ସୋମବାର ଦିନ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ୍ ପ୍ରାୟ ୮୦ ପ୍ରତିଶତ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ପୁଣି ଚାଲୁ କରାଯାଇଛି।

Share Now:

Kalinga News Beuro

Next Post

ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ : ୪ ବଗି ଲାଇନଚ୍ୟୁତ

Mon Sep 12 , 2022
ଜୟପୁର: ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଛି। ଟ୍ରେନ୍ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ […]
ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial