ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ : ୪ ବଗି ଲାଇନଚ୍ୟୁତ

ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ

ଜୟପୁର: ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଛି। ଟ୍ରେନ୍ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା। ଘଟଣାସ୍ଥଳକୁ ରିଲିଫ ଟ୍ରେନକୁ ପଠାଯାଇଥିବାବେଳେ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡ଼ିଭିଜନାଲ ରେଲୱେ ମ୍ୟାନେଜର ଅନୁପ ଶତପଥୀ, ସୁଧୀର କୁମାର ଗୁପ୍ତା, ମନୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ କିଭଳି ଅନ୍ୟ ଟ୍ରେନରେ ଗନ୍ତବ୍ୟସ୍ଥଳକୁ ପଠାଇ ହେବ ସେନେଇ ବ୍ୟବସ୍ଥା କରୁଛନ୍ତି। ଉଲ୍ଲେଖ ଥାଉ କି ଏହି ପାସେଞ୍ଜର ଟ୍ରେନଟି ବିଶାଖାପାଟଣାରୁ ସକାଳ ୬ଟା ୪୫ରେ ବାହାରି କିରନ୍ଦୁଲରେ ରାତି ୮ଟା୪୫ରେ ପହଞ୍ଚିଥାଏ।

Share Now:

Kalinga News Beuro

Next Post

ରାୟଗଡ଼ା ଗସ୍ତରେ ରାଜ୍ୟପାଳ : କୋଲନରାରେ ଉନ୍ନୟନ କାର୍ଯ୍ୟର କଲେ ତଦାରଖ

Mon Sep 12 , 2022
ରାୟଗଡ଼ା: ରାୟଗଡ଼ା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଲନରା ବ୍ଲକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ପ୍ରଥମେ କୋଲନରା ବ୍ଲକର ଡ଼ାଙ୍ଗସର୍ଗିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଗେଣ୍ଡୁ ଫୁଲ ଚାଷ, ମହୁ ଚାଷ ଓ ପରିବା ଚାଷ ଦେଖିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ଦେଓପୁର ସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ। […]
ରାୟଗଡ଼ା ଗସ୍ତରେ ରାଜ୍ୟପାଳ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial