ରାୟଗଡ଼ା ଗସ୍ତରେ ରାଜ୍ୟପାଳ : କୋଲନରାରେ ଉନ୍ନୟନ କାର୍ଯ୍ୟର କଲେ ତଦାରଖ

ରାୟଗଡ଼ା ଗସ୍ତରେ ରାଜ୍ୟପାଳ-1

ରାୟଗଡ଼ା: ରାୟଗଡ଼ା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଲନରା ବ୍ଲକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ପ୍ରଥମେ କୋଲନରା ବ୍ଲକର ଡ଼ାଙ୍ଗସର୍ଗିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଗେଣ୍ଡୁ ଫୁଲ ଚାଷ, ମହୁ ଚାଷ ଓ ପରିବା ଚାଷ ଦେଖିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ଦେଓପୁର ସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ। ସେହିଭଳି ମୁକୁନ୍ଦପୁର ପଞ୍ଚାୟତର ସାରୁବୁଗୁଡା ଗ୍ରାମରେ ପାଣି କୁଣ୍ଡରେ ହୋଇଥିବା ମାଛ ଚାଷ, ଛେଳିଚାଷ, କୁକୁଡ଼ା, ବାଇଗଣ ଚାଷ ଦେଖିବା ସହ ଏସଏଚଜି ସଦସ୍ୟାଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ବିଷୟରେ ଆଲୋଚନା କରିଥିଲେ। ଅପରାହ୍ନରେ ରାୟଗଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହା ପରେ ଜିସିଡି ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଜଣେ ଅତିରିକ୍ତ ଏସପି, ୫ଜଣ ଡ଼ିଏସପି, ୯ ଇନସପେକ୍ଟର, ୧୫ ସବ ଇନସପେକ୍ଟର,୧୭ ଏଏସଆଇ, ୭୬ କନେଷ୍ଟବଳ, ୭ ପ୍ଲାଟୁନ ପୁଲିସ ଫୋର୍ସ ସହ ଓ ୫ଟି ଡିବିଏସ ଟିମକୁ ମୁତୟନ କରାଯାଇଛି।

Share Now:

Kalinga News Beuro

Next Post

ଅଶାନ୍ତ ଚିଲିକାରେ ମାଡ଼ିଆସିଲା ଜୁଆର : ଘର ଭିତରେ ପଶିଲା ପାଣି,ଗାଁ ଭିତରେ ଚାଲିଲା ଡଙ୍ଗା

Mon Sep 12 , 2022
ବ୍ରହ୍ମଗିରି : ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ ତିନି ଫୁଟ ଜୁଆର ପାଣି ଗାଁ ଦାଣ୍ତରେ ଚାଲିଛି। ପରିସ୍ଥିତି ଏମିତି ଯେ ଗାଁ ରାସ୍ତାରେ ଡଙ୍ଗାଚାଲିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ଜୁଆର […]
ଗାଁ ଭିତରେ ଚାଲିଲା ଡଙ୍ଗା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial