କୁମ୍ଭୀର ଟାଣି ନେଇଥିଲା,ବଞ୍ଚାଇ ଦେଲେ ଦୁଇ ମହିଳା

କେନ୍ଦ୍ରପଡ଼ା: ଭାଗ୍ୟ ଭଲ ଥିଲା। କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ଟୁବିରରେ ଘଟିଛି ଏହି ଘଟଣା। ଯୁବକ ଜଣଙ୍କ ହେଲେ କିଣା ମଣ୍ଡଳ। ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ତାଙ୍କୁ ରାମନଗର ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା। ଏବେ କିଣାଙ୍କ ଅବସ୍ଥା ଭଲ ଅଛି।
କିଣା ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ୍‌ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି ତାଙ୍କୁ ପାଣିରେ ୧୦ରୁ ୧୨ ଫୁଟ୍‌ ଟାଣି ନେଇଥିଲା। କୁମ୍ଭୀର କିଣାଙ୍କ ହାତକୁ ଟାଣି ନେଉଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଜଣ ମହିଳା ଦେଖିଥିଲେ। ସେମାନେ ଦୌଡ଼ି ଆସି କୁମ୍ଭୀର ଉପରକୁ ଟେକା,ପଥର ପକାଇଥିଲେ। ଏହାପରେ କୁମ୍ଭୀରଟି କିଣାଙ୍କୁ ଛାଡ଼ି ପଳାଇ ଯାଇଥିଲା। କୁମ୍ଭୀର ମୁହଁରୁ କିଣା ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏହି ନାଳଟି ଭିତରକନିକା ସହ ସଂଯୋଗ କରୁଥିବାରୁ ବହୁତ ସମୟରେ ଲୋକେ କୁମ୍ଭୀର ଆକ୍ରମଣରେ ଶିକାର ହେଉଛନ୍ତି।

Share Now:

Kalinga News Beuro

Leave a Reply

Next Post

ଶରଣ ପଶିଲେ ମୋଦି ଓ ଶାହା

Wed Jun 6 , 2018
ପରାଜୟର ସାମ୍ନା କଲାପରେ ମନେପଡ଼ିଲେ ଆଡ଼ଭାନୀ ଓ ଯୋଶୀ ନୂଆଦିଲ୍ଲୀ: ସଦ୍ୟସମାପ୍ତ ଉପ- ନିର୍ବାଚନଗୁଡ଼ିକରେ ଭାରତୀୟ ଜନତା ପାର୍ଟିି (ବିଜେପି)ର ଶୋଚନୀୟ ବିପର୍ଯ୍ୟୟ ଓ ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନ ପାରିବା ଘଟଣା ଏବେ ଦଳୀୟ ବଡ଼ପଣ୍ଡାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ଏତିକି ନୁହେଁ; ସେଥିରେ ପୁଣି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରୁ ପ୍ରଥମେ ଚନ୍ଦ୍ରବାବୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial