ପାଳିତ ହେଲା ସାଧାରଣତନ୍ତ୍ର ଦିବସ: କେଉଁଠି କୁକୁର ପଶିଲା ତ କେଉଁଛି ଛିଣ୍ଡିଲା ତ୍ରିରଙ୍ଗା

ଭୁବନେଶ୍ୱର/ଜଗତସିଂହପୁର: ସାଧାରଣତନ୍ତ୍ର ଦିବସକୁ ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛି I ରାଜ୍ୟରେ ମଧ୍ୟ ଜିଲ୍ଲା, ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମେତ ବିଦ୍ୟାଳୟମାନଙ୍କରେ ତ୍ରିରଙ୍ଗା ଉଡ଼ିଛି I ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ସମାପନ ହୋଇଛି I ତେବେ ଆଜି ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ କୁକୁର ପରେଡ ସ୍ଥଳ ମଧ୍ୟକୁ ପଶିଆସିଥିଲା I ଏହି ସମୟରେ ପରେଡ ଚାଲିଥିବାବେଳେ ଭିଆଇପି ଗ୍ୟାଲେରୀ ଦେଇ କୁକୁରଟି ପଶିଆସିଥିଲା I ସେତେବେଳେ ମଞ୍ଚ ଉପରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ I

ସେହିପରି ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜାତୀୟ ପତାକା ଛିଣ୍ଡିପଡିଥିଲା I ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରୁଥିବା ସମୟରେ ପତାକା ଖୋଲିବା ପରିବର୍ତ୍ତେ ଛିଣ୍ଡି ଯାଇ ସିଧାସଳଖ ତଳେ ପଡିଯାଇଥିଲା I ଏହି ସମୟରେ ମଞ୍ଚ ଉପରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବିଧାୟକ ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ I ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପତାକା ବାନ୍ଧିବା ଦାୟିତ୍ଵରେ ଥିବା ସମ୍ପୃକ୍ତ କର୍ମଚାରୀଙ୍କର ଖାମଖିଆଲି ମନୋଭାବ ପୋଷଣ ଯୋଗୁ ଏଭଳି ଘଟିଲା ବୋଲି ଆଲୋଚନା ହେଉଛି I

Share Now:

Kalinga News Beuro

Leave a Reply

Next Post

ଆଦିବାସୀ ମେଳାରେ ଏଚ୍‌ଆଇଭି ପରୀକ୍ଷା: ଓସାକ୍ସ ପକ୍ଷରୁ ଖୋଲିଛି ଷ୍ଟଲ୍‌

Mon Jan 27 , 2020
ଭୁବନେଶ୍ୱର: ଜାନୁଆରୀ ୨୬ ଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଷ୍ଟଲ୍‌ ଖୋଲିଛି। କିନ୍ତୁ ଏଥର ଏଥିରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲିବାକୁ ଯାଉଛି। ଏହି ଷ୍ଟଲ୍‌ରେ ମାଗଣାରେ ଏଚ୍‌ଆଇଭି ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ମେଳାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial