ଆଦିବାସୀ ମେଳାରେ ଏଚ୍‌ଆଇଭି ପରୀକ୍ଷା: ଓସାକ୍ସ ପକ୍ଷରୁ ଖୋଲିଛି ଷ୍ଟଲ୍‌

ଭୁବନେଶ୍ୱର: ଜାନୁଆରୀ ୨୬ ଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଷ୍ଟଲ୍‌ ଖୋଲିଛି। କିନ୍ତୁ ଏଥର ଏଥିରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲିବାକୁ ଯାଉଛି। ଏହି ଷ୍ଟଲ୍‌ରେ ମାଗଣାରେ ଏଚ୍‌ଆଇଭି ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ମେଳାରେ ପ୍ରବଳ ଲୋକ ଗହଳିକୁ ନଜରରେ ରଖି ଓସାକ୍ସ ପକ୍ଷରୁ ଏହି ଷ୍ଟଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଷ୍ଟଲ୍‌ରେ ସ୍ଵେଛାସେବୀମାନଙ୍କୁ ନିଯୁକ୍ତ କରାଯିବ। ଯେଉଁ ବ୍ୟକ୍ତିମାନେ ନିଜ ଆଡ଼ୁ ଏହି ପରୀକ୍ଷା କରିବା ପାଇଁ ଚାହିଁବେ ସେମାନଙ୍କ ଏହି ପରୀକ୍ଷା କରାଯିବ। ଓସାକ୍ସ ପକ୍ଷରୁ ରାଜ୍ୟବ୍ୟାପୀ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଦିବାସୀ ମେଳା ଏ ଦିଗରେ ସହାୟକ ହୋଇପାରିବ ବୋଲି କୁହାଯାଇଛି। ଏହା ସହିତ ଓସାକ୍ସ ପକ୍ଷରୁ ଏଚ୍‌ଆଇଭି/ଏଡ୍‌ସ ସଚେତନତା ପାଇଁ ରବିବାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଏକ ପ୍ରଜ୍ଞାପନ ମେଢ଼ ଶୋଭା ପାଇଥିଲା। ୨୪ଫୁଟ୍‌ ଲମ୍ବ, ୧୬ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ମେଢ଼ରେ ଗତ ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ଶୋଭାପାଇବ। ଗତ ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ରହିଥିଲା ‘ ଗୋଷ୍ଠୀ ଦ୍ୱାରା ପରିବର୍ତନ’।
ଆୟୁଷ ଚିକିତ୍ସାର ଷ୍ଟଲ୍‌
ଆଦିବାସୀ ମେଳାରେ ଆୟୁଷ ବିଭାଗ ନିଜର ଷ୍ଟଲ ଖୋଲିଛି। ଏହି ଷ୍ଟଲ୍‌ରେ ଆୟୁଷର ପଞ୍ଚକର୍ମ, କ୍ଷାରସୂତ୍ର, ମା-ଶିଶୁ ଯତ୍ନ ଭଳି ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କୁ ସୂଚନା ଦିଆଯିବ। ପ୍ରତ୍ୟେକ ଦିନ ୨ଜଣ ଡାକ୍ତର ଏହି ଷ୍ଟଲରେ ଉପସ୍ଥିତ ‌ରହି ଲୋକମାନଙ୍କୁ ଏ ସଂପର୍କରେ ସୂଚନା ଦେବେ। ଏହାସହ ବଡ଼ ଡିସ୍‌ପ୍ଲେ’ ଜରିଆରେ ମଧ୍ୟ ଆୟୁଷ ଚିକିତ୍ସା ସମ୍ବନ୍ଧରେ ସୂଚନା ଦିଆଯିବ। ଆୟୁଷକୁ ଅଧିକ ଲୋକପ୍ରିୟ କରିବା ଲାଗି ଲିଫଲେଟ୍‌, ଆଇଇସି ପୁସ୍ତିକା ମଧ୍ୟ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ଟ୍ରାକ୍ଟରକୁ ୫୩ ହଜାର ଓ ବସ ଉପରେ ୨୭ ହଜାର ଟଙ୍କା ଜରିମାନା

Mon Jan 27 , 2020
ଦୁର୍ଘଟଣାଗ୍ରସ୍ତ ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଅନିୟମିତତା ସମ୍ବଲପୁର : ଗତକାଲି ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଂଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ । ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial