ସେଲଫି ନେବା କାଳ ହେଲା: ନଦୀକୁ ଡେଇଁ ଇଂଞ୍ଜିନିୟରଙ୍କ ମୃତ୍ୟୁ

ସେଲଫି ନେବା କାଳ ହେଲା

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି। ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ଜଣେ ଯୁବକଙ୍କ ମୋବାଇଲ ଫୋନ ହାତରୁ ଖସିପଡି ଥିଲା। ଖସି ପଡ଼ିଥିବା ଫୋନକୁ ପାଣି ଭିତରୁ ଆଣିବା ପାଇଁ ସାଲୁଙ୍କୀ ନଦୀକୁ ଯୁବକ ଜଣକ ଡେଇଁ ପଡିଥିଲେ। ଫଳରେ ନଦୀରେ ବୁଡି ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି। ମୃତ ଇଂଞ୍ଜିନିୟରଙ୍କ ନାମ ମୁକୁନ୍ଦ ଆର(୨୨) ତାଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସାଲୁଙ୍କି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ନିର୍ମାଣ କାମରେ ନିୟୋଜିତ ତିନି ଜଣ ଗାଧୋଇବାକୁ ଯାଇଥିଲେ। ଜଣଙ୍କୁ ସ୍ଥାନୀୟ ମାଛ ଧରାଳି ଭାସି ଯାଉଥିବା ବେଳେ ଟାଣି ନେବାରୁ ଜଣକ ଜୀବନ ବଞ୍ଚି ଯାଇଥିଲା। ଅନ୍ୟ ଜଣେ ଭାସି ନିଖୋଜ ହୋଇଯାଇଥିଲେ। ଆଜି ଓଡ୍ରାଫ୍ଟ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ପରିଚାଳନାର ନଗ୍ନ ନମୁନା : କରୋନା ରୋଗୀଙ୍କ ମୃତ୍ୟୁର ୨ଦିନ ପରେ ବିଏମ୍‌ସି ପଚାରୁଛି କେମିତି ଅଛନ୍ତି?

Mon Sep 14 , 2020
ଭୁବନେଶ୍ୱର : ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ମିଳିବାରୁ ଛଟପଟ ହୋଇ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇବାର ୨ଦିନ ହେଲାଣି। ବିଏମ୍‌ସି ତରଫରୁ ମୃତକଙ୍କ ପରିବାରର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଫୋନ୍ ଆସିବା ସହିତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ବୋଲି ପଚାରାଯାଉଛି। କରୋନା ସଂକ୍ରମଣ ନେଇ ରାଜଧାନୀକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା କୋଭିଡ୍‌ ପରିଚାଳନାର ଏହା ହେଉଛି ବାସ୍ତବ ରୂପ। ରୋଗୀଟିଏ ପ୍ରାଣ ହରାଇବା ପରେ ମଧ୍ୟ […]
କୋଭିଡ୍‌ ପରିଚାଳନାର ନଗ୍ନ ନମୁନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial