ହଟିଲା ଜବରଦଖଲ : ତିଆରି ହେବ ଟ୍ରାଫିକ୍‌ ଥାନା ଓ ସ୍ପୋର୍ଟସ କମ୍ପ୍ଲେକ୍ସ

ଜବରଦଖଲ ହଟିଲା

ଭୁବନେଶ୍ୱର : ଶେଷରେ ଟ୍ରାଫିକ୍‌ ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରୁ ଜବରଦଖଲ ହଟାଯାଇଛି। ଆଜି ବିଡିଏ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ପାତ୍ରପଡ଼ା ମୌଜାସ୍ଥିତ ଏହି ଏକ ଏକର ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଜମିରେ ଥିବା ୮ଟି ଟିଣ ଘର ସମେତ ୩ଟି ଦୋକାନ ଓ ୭ଟି ଚାଳଘରକୁ ଉଚ୍ଛେଦ କରାଯାଇଛି। ଫଳରେ ପାତ୍ରପଡ଼ାରେ ହେବାକୁ ଥିବା ଟ୍ରାଫିକ୍ ଥାନା ନିର୍ମାଣ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଆଜି ତମାଣ୍ଡୋରେ ନିର୍ମାଣ ହେବାକୁ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଜମିରୁ ମଧ୍ୟ ଜବରଦଖଲ ହଟାଇ ଦିଆଯାଇଛି। ତମାଣ୍ଡୋ ମୌଜାର ୩୫୮ନଂ ପ୍ଲଟରେ ପ୍ରାୟ ୧ ଏକରରୁ ଊର୍ଦ୍ଧ୍ବ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଠାରେ ୯ଟି ଟିଣ ଘର, ଗୋଟିଏ ହୋଟେଲ, ଚା’ ଦୋକାନ ଓ ଓମଫେଡ୍ ଷ୍ଟଲକୁ ଭାଙ୍ଗି ଦିଆଯାଇଛି। ଭୁବନେଶ୍ବର ତହସିଲଦାରଙ୍କ ଉପସ୍ଥିତିରେ ତମାଣ୍ଡୋ ଆଇଆଇସିଙ୍କ ସହଯୋଗକ୍ରମେ ବିଡିଏ ଏହି ଉଚ୍ଛେଦ କାମ କରିଥିଲା। ମାତ୍ର ସମୟ ଅଭାବରୁ ଆଜି ଉକ୍ତ ପ୍ଲଟକୁ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରାଯାଇପାରିନଥିଲା। ଆଗାମୀ ଦିନରେ ପୁଣି ଏକ ତାରିଖ ସ୍ଥିର କରାଯାଇ ଏହା ସଂପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି। ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର ଓ ଯୋଗାଯୋଗ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ପିଡବ୍ଲ୍ୟୁଡିର ଏସ୍‌ଡିଓ ପ୍ରମୁଖ ଆଜି ଏହି ଉଚ୍ଛେଦ କାର୍ଯ୍ୟ ସମୟ‌‌‌ରେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଜମା କଲେ ଏମ୍ସର ଡାକ୍ତରୀ ଟିମ

Tue Sep 29 , 2020
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୪ ମାସ ହୋଇଗଲାଣି। ତେବେ ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ। ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍‌ ଜାରି ରଖିଥିଲେ। ଜାଣିବାକୁ ମିଳିଛି ଯେ ଏମ୍ସର ଡାକ୍ତରୀ ଟିମ୍‌ […]
ସୁଶାନ୍ତ ସିଂ ରାଜପୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial