ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ‌ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ। ଉଲ୍ଲେଖ ଥାଉ କି ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି।

Share Now:

Kalinga News Beuro

Next Post

୭ଦିନରେ ‘କେଜିଏଫ-୨’କୁ ପଛରେ ପକାଇଲା ‘ଗଦର-୨’

Fri Aug 18 , 2023
ମୁମ୍ବାଇ: ୭ଦିନରେ ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ-୨’କୁ ପଛରେ ପକାଇଲା ‘ଗଦର-୨’। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମଟି ୭ଦିନ ମଧ୍ୟରେ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଛି।‘ଗଦର ୨’ […]
୭ଦିନରେ ‘କେଜିଏଫ-୨’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial