ଭୁବନେଶ୍ବର: ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁୁଖ୍ୟମନ୍ତ୍ରୀ ନବୀନ ଆକାଶମାର୍ଗରୁ ଏହି ୫ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ବି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଢେଉ ଖେଳୁଛି। ଯୁଆଡ଼େ ଚାହିଁଲେ କେବଳ ପାଣି ଆଉ ପାଣି। ଜମି ଓ ରାସ୍ତା ଏକାକାର ହୋଇଯାଇଛି। କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି। ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି। ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେପଟେ, ଆଜିଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ। ତେବେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ସେ କହିଛନ୍ତି, ‘ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ହେବ। ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ। ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ। ହୀରାକୁଦ ଜଳ ପହଂଚିବା ପରେ ୧୦ ଲକ୍ଷ କ୍ୟୁସେକ ଜଳ ସନ୍ଧ୍ୟା ବେଳକୁ ପ୍ରବାହିତ ହେବ। ଏବେ ସୁଦ୍ଧା ୭ଟି ଘାଇ ହୋଇଛି।’
୫ ଜିଲ୍ଲା ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରିଲେ ମୁଖ୍ୟମନ୍ତ୍ରୀ ନବୀନ

Share Now: