ଆରଏସପିରେ ଅଗ୍ନିକାଣ୍ଡ: ଜଳିଗଲା ଏସଏମଏସ -୨ କଣ୍ଟ୍ରୋଲ୍ ରୁମ

ଜଳିଗଲା ଏସଏମଏସ -୨ କଣ୍ଟ୍ରୋଲ୍ ରୁମ୍

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଏସଏମ ଏସ-୨ ରେ ଗତକାଲି ରାତି ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି l କୌଣସି କର୍ମଚାରୀ ହାତାହତ ହୋଇନାହାନ୍ତି l ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ନିରୂପଣ ଲାଗି ରାଉରକେଲା ଇସ୍ପାତ କରଖାନ ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଏକ ଚାରି ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମରେ ଚାରିଜଣ ସିଜିଏମଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି। ତେବେ ଅଗ୍ନିକାଣ୍ଡରେ ଏସଏମଏସ -୨ କଣ୍ଟ୍ରୋଲ୍ ରୁମର କେବୁଲ ସହ ବିଭିନ୍ନ ଯନ୍ତ୍ରପାତି ଜଳି ଯାଇଥିବାରୁ ସେଠାରେ ଉତ୍ପାଦନ ବନ୍ଦ ରହିଛି। ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଆରଏସିପ କର୍ତ୍ତୃପକ୍ଷ କହିଛନ୍ତି।

Share Now:

Kalinga News Beuro

Next Post

ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମ୍‌ଗାର୍ଡ

Mon Apr 5 , 2021
ଜଣଙ୍କୁ ବହିଷ୍କାର ଅନ୍ୟଜଣଙ୍କ ଡ୍ୟୁଟି ବନ୍ଦ,ବିଭାଗୀୟ ତଦନ୍ତ ଆରମ୍ଭ ନରସିଂହପୁର: ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମଗାର୍ଡଙ୍କ ଭୂମିକା ଘଟଣା ଦିନକୁ ଦିନ ଚର୍ଚ୍ଚିତ ହେବାରେ ଲାଗିଛି। ତିନିଦିନ ତଳେ ଭିଡିଓ ଭାଇରାଲ ହୋଇଥିବା ହୋମଗାର୍ଡ ସନାତନ ରଣାଙ୍କୁ ଚାକିରିରୁ ବହିଷ୍କାର ପାଇଁ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ନୋଟିସ୍‌ ଜାରି କରିଥିଲେ। ଏବେ ପୁଣି ଉକ୍ତ ଥାନାର ଅନ୍ୟଜଣେ ହୋମଗାର୍ଡ ସୌମ୍ୟରଞ୍ଜନ ସାହୁଙ୍କୁ କାର୍ଯ୍ୟରୁ ଅନ୍ତର […]
ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମ୍‌ଗାର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial