ୟୁକ୍ରେନକୁ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ର ଯୋଗାଇବ ନାଟୋ

ୟୁକ୍ରେନ ଯୁଦ୍ଧକୁ ମାସେ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆଜି ୧ ମାସ ପୂରଣ ହୋଇଛି। ଫେବୃଆରୀ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରାୟ ଏକ ମାସ ବିତିଯାଇଥିଲେ ବି ରୁଷ ନିଜର ଲକ୍ଷ୍ୟ ହାସଲ କରିପାରି ନାହିଁ। ଏଥିପାଇଁ ଦିନକୁ ଦିନ ରୁଷର ଆକ୍ରମଣ ଅଧିକ ଭୀଷଣ ହେଉଛି। ସେପଟେ ରୁଷର ମୁକାବିଲା ପାଇଁ ଆମେରିକା ଓ ନାଟୋ ପକ୍ଷରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ୟୁକ୍ରେନକୁ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ର ଯୋଗାଇବାକୁ ଆମେରିକା ଓ ଏହାର ନାଟୋ ସହଯୋଗୀ ଦେଶମାନେ ବିଚାର କରୁଛନ୍ତି। କୃଷ୍ଣ ସାଗରରେ ଥିବା ରୁଷର ଯୁଦ୍ଧ ଜାହାଜମାନେ ୟୁକ୍ରେନର ବନ୍ଦର ଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥିବାବେଳେ ଏସବୁ ମିସାଇଲ ରୁଷର ଯୁଦ୍ଧ ଜାହାଜଗୁଡ଼ିକୁ ଅଟକାଇପାରିବ।
ଅନ୍ୟପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଆଉ ୬୦୦୦ କ୍ଷେପଣାସ୍ତ୍ର ପ୍ରଦାନ କରିବ। ଏସବୁ କ୍ଷେପଣାସ୍ତ୍ର ମଧ୍ୟରେ ରହିବ ଷ୍ଟାରଷ୍ଟ୍ରେକ୍ ଆଣ୍ଟିଏୟାର ମିସାଇଲ। ଏହା ୟୁକ୍ରେନ ସେନାର କ୍ଷମତାକୁ ବୃଦ୍ଧି କରିପାରିବ। ପୂର୍ବରୁ ବ୍ରିଟେନ ୟୁକ୍ରେନକୁ ଏନଏଲଏଡବ୍ଲୁ ଓ ଜାଭେଲିନ ମିସାଇଲ ପ୍ରଦାନ କରିଥିଲା। ଆଉ ଏକ ଘଟଣାକ୍ରମେ ବ୍ରିଟେନ ରୁଷର ଆଉ ୫୯ଟି କମ୍ପାନି ଉପରେ କଟକଣା ଲଗାଇଛି। ଏହା ସହିତ ରୁଷ ଆମଦାନୀ ଉପରେ ୩୫ ପ୍ରତିଶତ ଶୁଳକ ଲଗାଇଛି।

Share Now:

Kalinga News Beuro

Next Post

୧୦୬ ପୌରାଞ୍ଚଳରେ ହାରାହାରି ୬୫ ପ୍ରତିଶତ ମତଦାନ: ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ୍‌

Thu Mar 24 , 2022
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। କିଛି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି। କିନ୍ତୁ ମୋଟ ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (୫୯) (ଏନ୍‌ଏସି) ଓ ପୌର ପରିଷଦ (୪୭)ରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଯେ, ଭୁବନେଶ୍ବର ମହାନଗର ନିଗମରେ ପାଖାପାଖି […]
ପୌର ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial