ଆଜି ବିଶ୍ୱ ପରିବେଶ ଦିବସ : ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ ? କ’ଣ ରହିଛି ଏହାର ଉଦ୍ଦେଶ୍ୟ ?

ଆଜି ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ। ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି। ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ହେଉଛି ଆମର ଦାୟିତ୍ୱ। ପ୍ରକୃତିର ସବୁଜିମା ହିଁ ଆମ ଜୀବନ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ ପ୍ରକୃତିକୁ କିପରି ପ୍ରଦୁଷଣ ମୁକ୍ତ କରିହେବ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
ବର୍ତ୍ତମାନ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଗଲାଣି ଯେ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ପ୍ରଦୂଷଣ କାରଣରୁ ଅନେକ ଜୀବଜନ୍ତୁ ଲୋପ ପାଇବାକୁ ବସିଲେଣି। ସେହିପରି ମଣିଷ ମଧ୍ୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମୁଖୀନ ହେବାରେ ଲାଗିଛି। ମିଳିତ ଜାତିସଂଘ ଦ୍ୱାରା ୧୯୭୨ ମସିହାରେ ଷ୍ଟକହୋମ ସମ୍ମିଳନୀରେ ଏହି ବିଶ୍ୱ ପରିବେଶ ଦିବସର ପ୍ରତିଷ୍ଠା କରାଯାଇଥିଲା। ଏହି ସମ୍ମିଳନୀରେ ୧୧୯ ଦେଶ ଅଂଶଗ୍ରହଣ କରିଥିଲେ। ଏହାପରେ ହିଁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ୧୯ ନଭେମ୍ବର ୧୯୮୬ ରୁ ପରିବେଶ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା। ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ବଢୁଥିବା ପ୍ରଦୂଷଣ ପ୍ରକୃତି ପ୍ରତି ବିପଦ ସୃଷ୍ଟି କରୁଛି। ଏହି ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବିଶ୍ୱ ପରିବେଶ ଦିବସ। ଯାହାଦ୍ୱାରା ଲୋକମାନେ ସଚେତନ ହେବା ସହିତ ପ୍ରକୃତିକୁ ପ୍ରଦୂଷଣର ବଞ୍ଚାଇବା ଥିଲା ମୂଳ ଲକ୍ଷ୍ୟ। ସେହିପରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ୨୦୨୨ର ବିଷୟବସ୍ତୁ ‘କେବଳ ଗୋଟିଏ ପୃଥିବୀ’ ରଖାଯାଇଛି। ‘ପ୍ରକୃତି ସହିତ ସଦଭାବନାରେ ରହିବା’ ହେଉଛି ଏହି ବିଷୟବସ୍ତୁର ସ୍ଲୋଗାନ। ପ୍ରଥମେ ୧୯୭୨ ମସିହାରେ ଷ୍ଟକହୋମ ସମ୍ମିଳନୀରେ ଏହି ସ୍ଲୋଗାନ ଦିଆ ଯାଇଥିଲା। ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏହି ଦିବସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।

Share Now:

Kalinga News Beuro

Next Post

ହାପୁର ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି : ଘଟଣାସ୍ଥଳରୁ ମିଳିଲା ବାରୁଦ

Sun Jun 5 , 2022
ହାପୁର : ଉତ୍ତରପ୍ରଦେଶର ହାପୁରଠାରେ ହୋଇଥିବା ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଅବହେଳା ଅଭିଯୋଗରେ ପୁଲିସ ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତରୁ କେତେକ ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଘଟଣାସ୍ଥଳରୁ କିଛି ପରିମାଣର ବାରୁଦ ମିଳିଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି। ଏହି କାରଖାନାରେ କେତେକ ଖେଳନା ବନ୍ଧୁକ ଉତ୍ପାଦନ କରାଯାଉଥିବାରୁ ଉକ୍ତ ବାରୁଦ ସେସବୁ କାମ […]
ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial