ଜମରାରେ ବିଜୟ ମହାପାତ୍ରଙ୍କ ବୈଠକ

ନିଶ୍ଚିନ୍ତକୋଇଲି : ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଜମରା ପଞ୍ଚାୟତରେ ବିଜୟ ମହାପାତ୍ର ତାଙ୍କ ସମର୍ଥକଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଅନେକ ପୁରୁଣା ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳିଛି।

ପିତାମ୍ବର ପରିଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସାରା ରାଜ୍ୟରେ ଜଳ ସଂକଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାନଦୀ ଶୁଖିଲା ପଡ଼ିଛି। ବହୁସ୍ଥାନରେ ନଦୀର ମୁହାଣ ପୋତି ହୋଇଯିବା ଫଳରେ ନଦୀରେ ପାଣି ଯାଉନାହିଁ। ପାଣି ସମସ୍ୟାର ସମାଧାନ ପାଇଁ ଦ୍ୱୀପାଞ୍ଚଳରୁ ଦାବିପତ୍ର ସରକାରଙ୍କୁ ଦେବାପାଇଁ ଶ୍ରୀ ମହାପାତ୍ର କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ମହାନ୍ତି, ନନ୍ଦକିଶୋର ବିଶ୍ୱାଳ, ବିଷ୍ଣୁ ଚରଣ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ନାୟକ, ନେମାଳ ସରପଞ୍ଚ ମୁକ୍ତାର ଅଲ୍ଲୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଦିବାକର ଖଟୁଆ, ସୁବାସ ଦାସ, ରମି ସ୍ୱାଇଁ ପ୍ରମୁଖ ଯୋଗଦେଇ ପାଣି ସମସ୍ୟା, ଚାଷୀ ସମସ୍ୟା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅର୍ଥ ହରିଲୁଟ୍‌ ସମସ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ବୈଠକରେ ମାହାଙ୍ଗା, ପାଟକୁରା, କଟକ ସଦର ଓ ସାଲେପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜୟ ମହାପାତ୍ରଙ୍କ ଶୁଭେଚ୍ଛୁ ଓ ପୁରୁଣା ବିଜେଡି କର୍ମୀ ଯୋଗ ଦେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବୈଠକରେ ସମରେନ୍ଦ୍ର ଭୂୟାଁ ଧନ୍ୟବାଦ ପ୍ରଦାନ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଆରପାରିରେ ଓଲିଉଡର ମା' ଅନିତା ଦାସ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ

Fri May 11 , 2018
କଟକ: ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial