ବଡ଼ଗାଁ ବନାଞ୍ଚଳରେ ମାତିଛି ଗୋଠଛଡା ଦନ୍ତା

ମାତିଛି ଗୋଠଛଡା ଦନ୍ତା

ପତ୍ନୀକୁ କଚାଡ଼ି ମାରିଲା, ମୃତ୍ୟୁ ଦେଖି ସ୍ବାମୀ ଅଚେତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳରେ ଏକ ଗୋଠଛଡା ଦନ୍ତା ମାତିଛି। ରାତିରେ ଗାଁକୁ ପଶି ଘର ଭାଙ୍ଗି ଧାନ, ଚାଉଳ ଖାଇବା ସହ ଜମିରେ ପଶି ଚାଷ ନଷ୍ଟ କରିଚାଲିଛି। ଘଟଣାକ୍ରମେ, ରବିବାର ରାତିରେ ଜରଙ୍ଗଲୋଇ ନିକଟ ଝାରମୁଣ୍ଡାରେ ହାତୀ ପଶି ରାମଚନ୍ଦ୍ର ନାଏକଙ୍କ ଘର ଭାଙ୍ଗି ତାଙ୍କ ପତ୍ନୀ କସ୍ତୁରୀ ନାଏକ (୩୫)ଙ୍କୁ ମାରି ଦେଇଛି। ସମସ୍ତେ ଖାଇପିଇ ଶୋଇଯିବା ପରେ ହାତୀ ଆସି ଘର ଭାଙ୍ଗିଥିଲା। ଶବ୍ଦ ହେବାରୁ ନିଦ ବାଉଳାରେ ପତି ପତ୍ନୀ ବାହାରକୁ ଦୌଡି ପଳାଉଥିବାବେଳେ ପତ୍ନୀ କସ୍ତୁରୀ ପଡି ଯାଇଥିଲେ। ଏହି ସମୟରେ ହାତୀ କସ୍ତୁରୀଙ୍କ ଅଣ୍ଟାକୁ ମାଡି ଦେବା ସହ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ନିମିଷକେ ତାଙ୍କ ଜୀବନ ଚାଲି ଯାଇଥିଲା। ଆଖି ସାମ୍ନାରେ ପତ୍ନୀ କସ୍ତୁରୀକୁ ହାତୀ କଚାଡି ମାରି ଦେବା ଘଟଣା ଦେଖି ସ୍ବାମୀ ରାମଚନ୍ଦ୍ର ଅଚେତ ହୋଇ ପଡିଥିଲେ। ପରେ ପଡା ଲୋକେ ହୋହାଲ୍ଲା କରିବାରୁ ହାତୀ ଚାଲି ଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ରାମଚନ୍ଦ୍ରଙ୍କୁ ବଡଗାଁ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।
ଏପଟେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାସେ ହେଲା ଝାରଖଣ୍ଡର ୧୮ ଟିକିଆ ହାତୀପଲ ବଡଗାଁ ବନାଞ୍ଚଳକୁ ପ୍ରବେଶ କରି ଲୋକଙ୍କ କ୍ଷୟକ୍ଷତି କରିଥିଲେ। ୧୫ ଦିନ ତଳେ ୧୬ଟି ହାତୀ ବାମରା ବନାଞ୍ଚଳକୁ ଚାଲି ଯାଇଥିବାବେଳେ ୨ଟି ହାତୀ ଝାରଖଣ୍ଡ ମୁହାଁ ହୋଇଥିଲେ। କିନ୍ତୁ ଗୋଟିଏ ଦନ୍ତା ଝାରଖଣ୍ଡ ନଯାଇ ପୁଣି ବଡ଼ଗାଁ ବନାଞ୍ଚଳକୁ ଫେରି ଆସି ଉପଦ୍ରବ ଚଲାଇଛି। ଘର ଭାଙ୍ଗିବା ସହ ଚାଷ ନଷ୍ଟ କରି ମଣିଷ ମାରି ତାଲିଛି। ତେଣୁ ଲୋକେ ସତର୍କ ହୋଇ ରହିବାକୁ ବନ ବିଭାଗ ଅନୁରୋଧ କରିଛି।

Share Now:

Kalinga News Beuro

Next Post

ପାକିସ୍ତାନରେ ବନ୍ୟା : ମୃତ୍ୟୁସଂଖ୍ୟା ୧ ହଜାର ,ପହଞ୍ଚିଲା ଅନ୍ତର୍ଜାତୀୟ ସହାୟତା

Mon Aug 29 , 2022
ଇସ୍ଲାମାବାଦ : ପାକିସ୍ତାନରେ ଭୟଙ୍କର ବନ୍ୟା ବିତ୍ପାତ ଜାରି ରହିଛି। ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁସଂଖ୍ୟା ୧୦୬୧କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି […]
ପାକିସ୍ତାନ ବନ୍ୟାରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial