ଯବାନଙ୍କ ପାଇଁ ମାୟାଙ୍କ କୋଳକୁ ଆସିଲା କୁନି ପରୀ

ଯବାନଙ୍କ ପାଇଁ ମାୟାଙ୍କ କୋଳକୁ ଆସିଲା କୁନି ପରୀ

ମାନବିକତାର ପରିଚୟ ଦେଖାଇଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଖାଇଲେ କୋବ୍ରା ବାଟାଲିୟନର ଯବାନ।ସୁକମା ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମର ଭୀମରାମ ବେଟ୍ଟୀଙ୍କ ପତ୍ନୀ ମାୟା ବେଟ୍ଟି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ କିପରି ମାୟାକୁ ମେଡିକାଲରେ ପହଞ୍ଚାଇବେ କିଛି ବୁଝିପାରିନଥିଲେ। ଏନେଇ ପୋଟକପଲ୍ଲୀ ଗ୍ରାମରେ ଅବସ୍ଥାପିତ ୨୦୮ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ଏ.କେ.ରାୟ ଜାଣିବା ପରେ ତୁରନ୍ତ ମହିଳାଙ୍କୁ ପ୍ରଥମେ କୋବ୍ରା ବାଟାଲିୟନର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ରାଜେଶ ପଟ୍ଟା ଚିକିତ୍ସା କରିବା ପରେ ତୁରନ୍ତ ଏକ ଆମ୍ବୁଲାନସ ଯୋଗେ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ମେଡିକାଲକୁ ପଠାଇଥିଲେ।
ଭଦ୍ରାଞ୍ଚଲମ ମେଡିକାଲରେ ମାୟା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମା ଓ ଶିଶୁ ଭଦ୍ରାଞ୍ଚଲମ ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି। ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମଠାରୁ ମେଡିକାଲ ୭୦ କିଲୋମିଟର ଦୂର ହୋଇଥିବାରୁ ଏହି ଅଞ୍ଚଳରେ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏଠାରେ କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସରକାରଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳରେ ଯବାନ କେବଳ ନକ୍ସଲଙ୍କୁ ଦମନ ନେଇ ଅବସ୍ଥାପିତ ହୋଇନାହାନ୍ତି ବରଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ସୁସଂପର୍କ ରକ୍ଷା କରିବା ସହ ସେହି ଅଞ୍ଚଳର ବିକାଶ ଏବଂ ସମାଜସେବା, ପରିବେଶ ସୁନ୍ଦର କରିବା ଦିଗରେ ମଧ୍ୟ ସବୁବେଳେ ଯତ୍ନବାନ। ଯବାନଙ୍କ ଏଭଳି ସହାୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ ମାୟାଙ୍କ ପରିବାର ଲୋକେ ଯବାନଙ୍କ କାମକୁ ପ୍ରଶଂସା କରିଥିଲେ।

Share Now:

Kalinga News Beuro

Next Post

ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର-ସୁରକ୍ଷା କର୍ମୀ ମୁହାଁମୁହିଁ

Mon Dec 19 , 2022
ପ୍ରୟାଗରାଜ : ସୋମବାର ଅପରାହ୍ନରେ ପ୍ରୟାଗରାଜସ୍ଥିତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଜଣେ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରସଂଘ ଅଫିସର ତାଲା ଖୋଲିବାକୁ ନେଇ ଛାତ୍ରମାନେ ଜିଦ କରିବାରୁ ସୁରକ୍ଷାକର୍ମୀ ତାହାର ବିରୋଧ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ […]
ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଛାତ୍ର-ସୁରକ୍ଷା କର୍ମୀ ମୁହାଁମୁହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial