ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର-ନୂଆପାଟଣା ଡ୍ରେନ୍‌

ତିନିମାସ ହେଲା ମୁକୁଳା ପଡ଼ିଛି ଡ୍ରେନ୍‌

କଟକ: ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନିମାସ ହେଲା ମୁକୁଳା ପଡ଼ିଛି ମାଛୁଆବଜାର ନୂଆପାଟଣା ମୁଖ୍ୟ ଡ୍ରେନ୍। ପ୍ରତିଦିନ ଦୁର୍ଘଟଣା ଘଟିବା ସହିତ ସ୍ଥାନୀୟ ଲୋକେ ଘରୁ ବାହାରି ପାରୁ ନଥିବା ଅଭିଯୋଗ ହେଉଛି। ମଙ୍ଗଳାବାଗ୍-ମାଛୁଆବଜାର ରାସ୍ତାପାର୍ଶ୍ବ ଡ୍ରେନ୍‌ ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ଏହା ଉପରେ ସ୍ଲାବ୍‌ ପଡ଼ିନାହିଁ। ସ୍ଲାବ୍‌ ନପଡ଼ିବା ଯୋଗୁଁ ଛୋଟବଡ଼ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ‌ସୂଚନାଯୋଗ୍ୟ, ମଙ୍ଗଳାବାଗ-ନୂଆପାଟଣା-ମାଛୁଆବଜାର ରାସ୍ତାରେ ସବୁ ସମୟରେ ଭିଡ଼ ରହିଥାଏ। ‌ଏବେ ଏହି ରାସ୍ତାର ଗୋଟିଏ ପାର୍ଶ୍ବରେ ଏକ ବଡ଼ ଡ୍ରେନ୍ ନିର୍ମାଣ ହେବା ପରେ ରାସ୍ତାର ଓସାର କମିଯାଇଛି। ଡ୍ରେନ୍‌ ନିର୍ମାଣ ସରିଥିଲା ବେଳେ ତିନି ମାସ ହେଲା ‌ଏହା ବିପଦସଂକୁଳ ଭାବେ ମୁକୁଳା ପଡ଼ିଛି। ଲୋକ କାଠପଟା ପକାଇ ଯା’ଆସ କରୁଛନ୍ତି। ଛୋଟ ପିଲା, ମହିଳା ଓ ବୟସ୍କମାନେ ଭୟରେ ଘରୁ ବାହାରି ପାରୁନାହାନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ତୁରନ୍ତ ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବାକୁ ନୂଆପାଟଣା ପୂଜା କମିଟି ସଂପାଦକ ରମାକାନ୍ତ ଦାସ, ସଞ୍ଜୟ ସାହୁ, ମନୋଜ ସାହୁ, ବିକାଶ ‌ବେହେରା, ଛବି ବେହେରା, ପ୍ରଦୀପ ସାହୁ ପ୍ରମୁଖ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍ : ସମସ୍ତ ଯାତ୍ରୀ ସୁରକ୍ଷିତ

Sat Jun 11 , 2022
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି। ସୂଚନା ଅନୁଯାୟୀ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା। ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା […]
ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial