ପ୍ରବଳ ତାତିରେ ଜଳୁଛି ରାଜଧାନୀ : ସକାଳ ୮ଟା ସୁଦ୍ଧା ୩୧ ଡିଗ୍ରି ତାପମାତ୍ରା ରେକର୍ଡ

ପ୍ରବଳ ତାତିରେ ଜଳୁଛି ରାଜଧାନୀ

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍ନ ୮ଟା ପରେ ଓ ଅପରାହ୍ନ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି। ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଆଜି ସକାଳ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ଛୁଇଁଛି। ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଗତକାଲିଠାରୁ ପୁଣି ପ୍ରବଳ ଗରମ ଅନୁଭୁତ ହେଉଛି। ଯାହାଦ୍ୱାରା ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ତେବେ ଦିନ ବଢ଼ିବା ସହ ଖରା ବଢ଼ିବାର ସମ୍ଭାବନା ରହିଛି। ଦ୍ୱିପ୍ରହର ହୋଇଗଲେ ଖରାରେ ପଦାକୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି। ବାହାରକୁ ବାହାରିଲେ ଦେହ ଜଳିଯାଉଛି। ଦୋକାନ ବଜାର ସବୁ ବନ୍ଦ ହୋଇଯାଉଛି। ପ୍ରବଳ ଖରା ମଣିଷ ଜୀବନକୁ ହନ୍ତସନ୍ତ କରୁଥିବା ବେଳେ ଏହା ଦ୍ୱାରା ବ୍ୟବସାୟ ମଧ୍ୟ ଏକ ପ୍ରକାର ମାନ୍ଦା ହୋଇଯାଇଛି।

Share Now:

Kalinga News Beuro

Next Post

ପୋଲ ତଳକୁ ଖସିପଡ଼ିଲା ବସ୍‌ : ଚାଲିଗଲା ୧୫ ଜୀବନ

Tue May 9 , 2023
ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖାର୍ଗୋନସ୍ଥିତ ଏକ ପୋଲ‌ରେ ବସ୍‌ଟି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ […]
ପୋଲ ତଳକୁ ଖସିପଡ଼ିଲା ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial