ଏମକେସିଜିରେ କୁକୁର ଖାଇଲା ନବଜାତ ଶିଶୁର ମୃତଦେହ : ଦୃଶ୍ୟ ଦେଖି ବ୍ୟଥିତ ହେଲେ ରୋଗୀ ସଂପର୍କୀୟ

ଏମ୍‌କେସିଜି

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ମେଡିକାଲରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମେଡିକାଲ ପରିସରରେ କିଛି କୁକୁର ଏକ ନବଜାତ ଶିଶୁର ମୃତଦେହ ରାମ୍ପୁଡ଼ି ବିଦାରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଦେଖି ଲୋକେ କୁକୁରଙ୍କୁ ସେଠାରୁ ଘଉଡ଼ାଇ ଥିଲେ। ସେହି ସମୟ ବେଳକୁ କୁକୁର ପଲ ଶିଶୁର ମୁଣ୍ଡ ଶରୀରରୁ ଛିଣ୍ଡାଇ ଅଲଗା କରି ଦେଇ ସାରିଥିଲେ। ଏଭଳି ଦୃଶ୍ୟ ରୋଗୀ ସମ୍ପର୍କୀୟଙ୍କୁ ବ୍ୟଥିତ କରିଥିଲା। ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର କରାଯାଇଥିଲା। ମୃତ ଶିଶୁର କୌଣସି ଦାବିଦାର ନଥିବାରୁ ଶବକୁ ମେଡିକାଲ ବର୍ଜ୍ୟବସ୍ତୁ ପ୍ଲାଣ୍ଟରେ ନଷ୍ଟ କରାଯାଇଥିଲା। ବଡ଼ ମେଡିକାଲରେ ନବଜାତ ଶିଶୁର ମୃତଦେହ କୁକୁର ଖାଇବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ମୃତ ଶିଶୁ ଜନ୍ମ ହେଲେ କିମ୍ବା ଜନ୍ମ ପରେ ଶିଶୁର ମୃତ୍ୟୁ ଘଟିଲେ ଅଭିଭାବକ ଶବ ନପୋତି ଏଣେତେଣେ ଫୋପାଡ଼ି ଦେଇଥାନ୍ତି। ଫଳରେ କୁକୁର ପଲ ଶିଶୁ ଶବ ଖାଉଥିବା ଦେଖିବାକୁ ମିଳୁଛି। ଆଜି ମଧ୍ୟାହ୍ନ ସମୟରେ କିଛି କୁକୁର ଏକ ନବଜାତ ଶିଶୁର ମୃତଦେହ ଟାଣି ନେଉଥିବା ଦେଖିବାକୁ ମିଳିଥିଲା। ପୁରୁଣା ଇନଡୋର୍‌ କୋଠା ସମ୍ମୁଖରେ ଶିଶୁ ମୃତଦେହ କୁକୁର ଖାଉଥିବା ଦେଖି ଲୋକେ କୁକୁରପଲକୁ ସେଠାରୁ ଘଉଡ଼ାଇ ଥିଲେ। ପରେ ସଫେଇ କର୍ମଚାରୀଙ୍କ ସହାୟତାରେ ଶିଶୁର ମୃତଦେହକୁ ସେଠାରୁ ନିଆଯାଇଥିଲା। ମେଡିକାଲରେ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିବା ପରେ ଯଦି ପରିବାରବର୍ଗ ଶବ ନେବାକୁ ଇଚ୍ଛା କରନ୍ତି ନାହିଁ ତେବେ ମେଡିକାଲ ତରଫରୁ ଶବ ସଂଗ୍ରହ କରାଯାଇଥାଏ। ଏଥିପାଇଁ ପରିବାରବର୍ଗ ଲିଖିତ ଆକାରରେ ଜଣାଇଥାନ୍ତି। ସେହି ଶବକୁ ମେଡିକାଲ ବର୍ଜ୍ୟବସ୍ତୁ ପ୍ଲାଣ୍ଟ୍‌ରେ ନଷ୍ଟ କରାଯାଇଥାଏ। ଏଣୁ ଆଜି ମଳିଥିବା ଶବ ମେଡିକାଲର ନୁହେଁ, ତାହା ଆଖାପାଖ ନର୍ସିଂହୋମ୍‌ର ହୋଇଥାଇ ପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି

Wed Dec 15 , 2021
ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ପୁରୀ: କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ। କୋଭିଡ-୧୯ […]
ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial