ଭବାନୀପାଟଣା: ମଣିଷ ଯେବେ ପଶୁ ପାଲଟିଯାଏ ସେତେବେଳେ ସେ ନିଜର ହିତାହିତ ଜ୍ଞାନ ହରାଇ ବସେ। କ’ଣ ଠିକ୍, କ’ଣ ଭୁଲ ସେ ଜାଣିପାରେନା। ଯାହାକୁ ନେଇ ଆମ ସମାଜରେ ଘଟିଯାଏ ଅଭାବନୀୟ ଘଟଣା। ଯେମିତି ଘଟିଛି ଭବାନୀପାଟଣାରେ। ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଅଭିଯୁକ୍ତ ଛାଡ଼ି ପଳାଇଛି। ଏନେଇ ପରିବାର ଲୋକ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ପୀଡ଼ିତା ଏକୋଇଶିଆ ଭୋଜି ଖାଇବାକୁ ବଡ଼ବାପାଙ୍କ ଘରକୁ ଯାଇଥିଲେ। ସେଠାରୁ ଜଣେ ସମ୍ପର୍କୀୟ ଭିଣୋଇ ତାଙ୍କୁ ଅପହରଣ କରି ନେଇଥିଲେ। ୨ ଦିନ କାଳ ଅଟକ ରଖି ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଗତକାଲି ସଂଧ୍ୟାରେ ଛାଡ଼ି ପଳାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ରାକ୍ଷସ ପାଲଟିଗଲା ଭିଣୋଇ: ୨ଦିନ ବଳାତ୍କାର ପରେ ରାସ୍ତାରେ ଛାଡ଼ି ଚାଲିଗଲା
Share Now: