କାଳବୈଶାଖୀ ପ୍ରଭାବ : ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

୮ବର୍ଷ ପରେ ରାଜଧାନୀରେ ସର୍କସ

ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ରାଜଧାନୀକୁ ଆସିଛି ସର୍କସ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଗୁରୁବାର ସଂଧ୍ୟାରେ ଅଜନ୍ତା ସର୍କସ ଶୁଭାରମ୍ଭ ପାଇଁ ସବୁ ପ୍ରସ୍ତୁତ ସରିଥିଲା। ଦୀର୍ଘ ବର୍ଷ ପରେ ସର୍କସ ଆସିଥିବାରୁ ଏହାକୁ ନେଇ ରାଜଧାନୀବାସୀଙ୍କ ମନରେ ପ୍ରବଳ ଆଗ୍ରହ ରହିଥିଲା। ଆଫ୍ରିକା, ରୁଷିଆ, ମଣିପୁରର କଳାକାରମାନେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡି ସହ ବିଭିନ୍ନ ଦୁଃସାହାସିକ ଖେଳ ପ୍ରଦର୍ଶନ ହେବାର ଥିଲା। ହେଲେ ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ସବୁ ବିଗାଡ଼ିଦେଲା। ପବନର ବେଗ ଏତେ ଜୋର୍‌ ଥିଲା ଯେ ସର୍କସ ଆରମ୍ଭର ଦୁଇଘଣ୍ଟା ପୂର୍ବରୁ ତମ୍ବୁ ଉଡାଇ ଫୋପାଡ଼ି ଦେଲା। ଦୋଳି ଓ ଦର୍ଶକ ଗ୍ୟାଲେରି ଚୌକି ବେଞ୍ଚ ପବନ ଝଟକାରେ ଓଲଟାଇଦେଲା। ଫଳରେ ଉଦ୍‌ଘାଟନୀ ପର୍ବକୁ ସ୍ଥଗିତ ରଖାଯାଇଛି।

Share Now:

Kalinga News Beuro

Next Post

ପୃଥିବୀ ଆଡକୁ ମାଡିଆସୁଛି ବୁର୍ଜ ଖଲିଫା ଆକାରର ଉଲକା ପିଣ୍ଡ

Sat Jun 10 , 2023
ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡକୁ ଏକ ଉଲକା ପିଣ୍ଡ ମାଡିଆସୁଛି। ଏହା ରବିବାର ଅର୍ଥାତ୍ ଜୁନ୍ ୧୧, ୨୦୨୩ରେ କିଛି ସମୟ ପୃଥିବୀ ନିକଟ ଦେଇ ଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ବିଶେଷ କଥା ଯେ ଏହି ଉଲକାର ଆକାର ବୁର୍ଜ ଖଲିଫା ପରି ହୋଇଥିବାବେଳେ ଏହା ଦୁନିଆର ସବୁଠାରୁ ବଡ ବିଲଡିଂ ଆକାରର ବୋଲି ଜଣାପଡିଛି। ଏହି ଉଲକା ପୃଥିବୀଠାରୁ ପ୍ରାୟ ୩୧ ଲକ୍ଷ କିଲୋମିଟର ଦୂରରେ […]
ପୃଥିବୀ ଆଡକୁ ମାଡିଆସୁଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial