ଭୁବନ ମାଟିର ଗର୍ବ ସୁଦୀପ ସୁଦର୍ଶନ : ଦୁଇ ବର୍ଷରେ ଡବଲ୍‌ ଟପର୍

Sudeep Rana +2 Topper

ଭୁବନ : ଦୁଇ ବର୍ଷ ତଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟରେ ଟପର୍‌ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପୁଅ ସୁଦୀପ ରଣା ଏଥର ବି ବାଜି ମାରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୭୪ନମ୍ବର ରଖି ଦୁଇ ବର୍ଷ ତଳର ମାଟ୍ରିକ୍‌ ରେକର୍ଡକୁ ଦୋହରାଇଛନ୍ତି। ସାରା ରାଜ୍ୟରେ ଦୁଇ ବର୍ଷରେ ଡବଲ୍ ଟପର୍‌ର ବିରଳ ରେକର୍ଡକୁ ନିଜ ନାମରେ ନାମିତ କରିଛନ୍ତି। ସୁଦୀପଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ। ବାପା ରଞ୍ଜନ କୁମାର ରଣା ଭୁବନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ। ମା ହେଉଛନ୍ତି ଭକ୍ତିଲତା ସାହୁ। ୨୦୧୮ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ମୋଟ୍ ୬୦୦ରୁ ୫୮୨ନମ୍ବର(୯୭%) ନମ୍ବର ରଖି କେବଳ ଭୁବନ ପାଇଁ ନୁହେଁ, ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ପରେ ଭୁବନେଶ୍ବର ଜୁପିଟର ସାଇନ୍‌ସ କଲେଜରେ ଯୁକ୍ତ ବିଜ୍ଞାନ ପଢ଼ିଥିଲେ। ଏବେ ଯୁକ୍ତ ଦୁଇରେ ମଧ୍ୟ ଟପର୍‌ ହେବାର ଗୌରବ ଅର୍ଜିଛନ୍ତି। ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନରେ ସେ ଶହେରୁ ଶହେ ନମ୍ବର ହାସଲ କରିଥିବା ବେଳେ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଶହେରୁ ୯୯ଲେଖାଏ ନମ୍ବର ଆଣିଛନ୍ତି। ଭାଷା ଭତ୍ତିକ ବିଷୟ ଇଂରାଜୀରେ ୮୪ ଏବଂ ସଂସ୍କୃତରେ ତାଙ୍କୁ ୯୨ନମ୍ବର ମିଳିଛି। ଗୁରୁଜନଙ୍କ ଆଶୀର୍ବାଦ ଏବଂ ନିଜର କଠିନ ପରିଶ୍ରମକୁ ସେ ଏହାର ଶ୍ରେୟ ଦେଇଛନ୍ତି।

Share Now:

Kalinga News Beuro

Next Post

୭୩ତମ ସ୍ୱାଧୀନତା ଦିବସ ଉତ୍ସବର ସିଧାପ୍ରସାରଣ ଘରେ ବସି ଦେଖନ୍ତୁ ଓଡ଼ିଶାର ନିର୍ଭରଯୋଗ୍ୟ ୱେବ ମିଡ଼ିଆ କଳିଙ୍ଗ ନିଉଜରେ।

Thu Aug 13 , 2020
Share Now:
73rd Indipendence of india Live

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial