ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ବିଧାୟକ ପ୍ରଫୁଲ୍ଲ ସାମଲ

ଭଦ୍ରକ: ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଭଦ୍ରକ ସ୍ଥିତ ନିଜ ବାସଭବନରେ ଗୁରୁବାର ରାତିରେ ନିଜର ପ୍ରତିକ୍ରିୟା ଦେଇ ସାମ୍ବାଦିକଙ୍କୁ କହିଛନ୍ତି, ମୋ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର। ଇଡିକୁ କିଏ ମୋ ଘରକୁ ପଠାଇଲା। ମୁଁ କ’ଣ ଚୋର? ନା ଚୋରି କରିଛି। ମୁଁ ବହୁଦିନ ଧରି ରାଜନୀତିରେ ଅଛି। ଲୋକଙ୍କ ସେବା କରିଛି। ଲୋକଙ୍କ ଭଲ ମନ୍ଦ ବେଳେ ଠିଆ ହୋଇଛି। ମୁଁ ବରପଦା ଇଞ୍ଜିନିୟରିଂ କଲେଜରେ ଏବେ କିଏ? କେବେ ଠାରୁ ମୁଁ ଦାୟିତ୍ଵରୁ ଅବ୍ୟାହତି ନେଇସାରିଛି। ମୋତେ କାହିଁକି ଇଡି ପଚରାଉଚରା କରିବାକୁ ଆସିଲେ।
ଶ୍ରୀ ସାମଲ କହଛନ୍ତି ଯେ, ନିର୍ବାଚନ ଆଉ ଅଳ୍ପ ଦିନ ଅଛି। ନିର୍ବାଚନ ପୂର୍ବରୁ ଏହା ମୋ ବିରୁଦ୍ଧରେ ଏକ ଚକ୍ରାନ୍ତ। ମୁଁ ରାଜନୀତିରେ ବହୁଦିନ ରହିଲିନି। ଆଉ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହିଁ। ଆମ ପରେ ଯୁବ ନେତୃତ୍ବମାନେ ରାଜନୀତିକୁ ଆସନ୍ତୁ। ଇଡି ଯାଞ୍ଚ ପାଇଁ ଆସି ମୋ ସହ ବହୁ ସମୟ ଧରି କଥା ହେଲେ। ମୁଁ ସେମାନଙ୍କୁ ସବୁଥିରେ ସହଯୋଗ କରିଛି। ମୋ ଘରୁ ସେମାନେ କିଛି ପାଇଲେ ନାହିଁ। ବରଂ ମୋତେ ଗଲା ବେଳେ ନମସ୍କାର ପକାଇ ଗଲେ। ସେମାନେ ତ ଏଠୁ କିଛି ପାଇଲେ ନାହିଁ। ବରଂ ସେମାନଙ୍କର ଚଷମା ହଜାଇ ଗଲେ ବୋଲି ପ୍ରଫୁଲ୍ଲ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି। ନିଜର ପ୍ରତିକ୍ରିୟା ଦେବାବେଳେ ପ୍ରଫୁଲ୍ଲ ସାମଲ ପିପିଲିରେ ପ୍ରଦୀପ ମହାରଥୀଙ୍କ ଯାତ୍ରା ଡାଇଲଗ ସରି ନାହିଁ ରାଜନୀତି, ହାରିନାହିଁ ମହାରଥୀର କଥା କହି ନିଜ କଥା କହିଲେ, ମୁଁ ପ୍ରଫୁଲ୍ଲ ସାମଲ। ମୁଁ ମରିନାହିଁ। ମୁଁ ବଞ୍ଚିଛି। ମୋ ବିରୋଧରେ ଯେଉଁ ଷଡ଼ଯନ୍ତ୍ର କରାଯାଇଛି। କିଏ କେତେ କଥା କହୁଛନ୍ତି। କିଛି ଲୋକ ଭାବିଥିଲେ ଆମକୁ ଗିରଫ କରିନେବେ। ଯେଉଁମାନେ ଏଭଳି ଭାବି ଖୁସି ହେଉଛନ୍ତି। ତାହାର ଜବାବ ସମୟ ଦେବ ବୋଲି ପ୍ରଫୁଲ୍ଲ କହିଥିଲେ।

Share Now:

Kalinga News Beuro

Next Post

ଆଜିଠାରୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା: ଗିରି ଗହ୍ୱରରୁ ଗୁଞ୍ଜରିତ ହେଉଛି ମନ୍ତ୍ରଧ୍ୱନି

Fri Feb 16 , 2024
ଖଣ୍ଡଗିରି: ପରମ୍ପରା, ବିଧି ଓ ବିଶ୍ୱାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠକ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ‌ମନ୍ତ୍ରଧ୍ବନି, ସଂଜ ନଇଁଲେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial