ଭୁବନେଶ୍ବର: କର୍କଟ ରୋଗରୁ ନିଜେ ସୁସ୍ଥ ହେବାପରେ ଏହି ରୋଗରେ ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ୭ବର୍ଷର କୁନି ଝିଅ ମୟୁରୀ ଚୌଧରୀ। ଭାବନା ଫାଉଣ୍ଡେସନ ସହଯୋଗରେ ମୟୁରୀ ବିଭିନ୍ନ ସ୍ଥାନରେ ଗୀତ ଗାଇ କର୍କଟ ପୀଡ଼ିତଙ୍କ ପାଇଁ ୧୦ହଜାର ଟଙ୍କା ଯୋଗାଡ଼ କରିଛନ୍ତି। ମିଳିଥିବା ଅର୍ଥକୁ ଆଜି ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ ଅର୍ଥ ପ୍ରଦାନ ସମୟରେ ବିଜୁ ଜନତା ଦଳର ପ୍ୟନେଲିଷ୍ଟ ଲୋରା ମହାପାତ୍ର ଓ ସମାଜସେବୀ ମନସ୍ମିତା ଜେନା, ମୟୂରୀଙ୍କ ବାପା ସୁଧୀର ଚୌଧରୀ, ସିଦ୍ଧାର୍ଥ ପାଇକରାୟ, ଗିରିଧାରୀ ନାୟକ ଉପସ୍ଥିତ ଥିଲେ।
Share Now: