ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ

ଭୁବନେଶ୍ବର: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ ପଣ୍ଡା ନାମକ ଜଣେ ଲୋକକୁ ଧରିଥିଲା ଟିମ୍, ଯିଏକି ଦୀର୍ଘ ଦିନ ଧରି ଧଳା ଜହର ବେପାର କରୁଥିଲେ। ଆଜି ରାଜୀବ ପାଖକୁ ଜଣେ ବ୍ରାଉନସୁଗାର ବେପାରୀ ଆସିଥିଲେ। ତାକୁ ଧରିବା ପାଇଁ ପୁର୍ବରୁ ପ୍ଲାନ୍ କରିଥିଲା ଅବକାରୀ ବିଭାଗ। କିନ୍ତୁ ଚଢାଉ ବେଳେ ସେ ଖସିଗଲା ବେଳେ ରାଜୀବ ଧରା ପଡ଼ିଛି।

Share Now:

Kalinga News Beuro

Next Post

ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ଅଧିକ ଦିନ ନିର୍ଭର କରିହେବ ନାହିଁ : ରାଜନାଥ

Thu May 5 , 2022
ନୂଆଦିଲ୍ଲୀ : ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆମଦାନୀ ପ୍ରତିରକ୍ଷା ସାମଗ୍ରୀ ଉପରେ ବେଶୀଦିନ ନିର୍ଭର କରିହେବ ନାହିଁ ବୋଲି ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଯେ ଏବେ ଚାଲିଥିବା ଯୁଦ୍ଧ ଆମକୁ ଦେଖାଇ ଦେଇଛି ଯେ, କେବଳ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ନୁହେଁ, ବ୍ୟବସାୟିକ ସାମଗ୍ରୀ ଯୋଗାଣକୁ ନେଇ ବି ବିବାଦ ସୃଷ୍ଟି ହୋଇପାରେ। ନୂଆଦିଲ୍ଲୀଠାରେ ୩୭ତମ ଏୟାର ଚିଫ […]
ରାଜନାଥ ସିଂ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial