୫ଟି ସଚିବଙ୍କ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ସର୍ବେକ୍ଷଣ

ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ

୨୦୨୩ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ରାଜ୍ୟର ଅନ୍ୟତମ ବ୍ୟସ୍ତତମ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ ବିଡିଏ ଉପାଧ୍ୟାକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ଆଇଏସ୍‌ବିଟି ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ଆଇଏସ୍‌ବିଟି କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଇଏସ୍‌ବିଟି କାମର ଅଗ୍ରଗତି ସନ୍ତୋଷ ଜନକ ରହିଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମି ଉପରେ ନିର୍ମିତ ଆଇଏସ୍‌ବିଟି ବରମୁଣ୍ଡାରେ ପାର୍କିଙ୍ଗ, ଏଟିଏମ୍‌, ଫୁଡକୋର୍ଡ, ଦୋକାନ, ରେଷ୍ଟୁରାଣ୍ଟ, ବ୍ୟବସାୟିକ ସ୍ଥାନ ଆଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ସେଠାରୁ ଶହେରୁ ଅଧିକ ବସ ଚଳାଚଳର ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

ବରିଷ୍ଠ ବିଜେପି ବିଧାୟକ ପରଲୋକ : ପ୍ରଧାନମନ୍ତ୍ରୀ ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

Mon Sep 19 , 2022
ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ଆଜି ସକାଳ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବିଧବା ପତ୍ନୀ, ଗୋଟିଏ ପୁତ୍ର ଓ କନ୍ୟା ଅଛନ୍ତି। ସେ […]
ବିଷ୍ଣୁ ସେଠୀ ଆଉ ନାହାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial