ରାଜ୍ୟରେ ଆଗାମୀ ୫ ଦିନ ଯାଏ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ ସାରା ଓଡ଼ିଶା। ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ପୁରୀ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୭ ଏବଂ ୨୮ ତାରିଖରେ ପ୍ରବଳ ହିଟୱେଭର ସମ୍ଭାବନା ରହିଛି। ୨୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହି ଦୁଇ ଦିନ କେବଳ କୋରାପୁଟ ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।

Share Now:

Kalinga News Beuro

Next Post

ପୋଲ ତଳକୁ ଖସିଲା ଟ୍ରକ୍‌ : ଡ୍ରାଇଭର୍ ଗୁରୁତର

Wed Apr 24 , 2024
ରାଇରଙ୍ଗପୁର: ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ଟ୍ରକ୍। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଟିଏମଏଚ୍‌ରେ ଭର୍ତ୍ତି ସୂଚନା। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ କେନ୍ଦୁଝରସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସରୁ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ (ଜେଏଚ୍-୦୫ଡିଜି-୨୫୮୧) ପଡୋଶୀ ଝାଡ଼ଖଣ୍ଡରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ସମୟରେ ଦାଣ୍ଡବୋଷ ନିକଟରେ ଭାରସ୍ୟାମ ହରାଇ ଏକ ପୋଲ ତଳକୁ ଖସିପଡିଥିଲା। ଫଳରେ ଚାଳକ […]
ପୋଲ ତଳକୁ ଖସିଲା ଟ୍ରକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial