ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବବାହିନୀ

ବନ୍ଦ ହେଲା ବିଜୁ ଯୁବବାହିନୀ

ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବବାହିନୀ ପାଇଁ ଅର୍ଥବ୍ୟବସ୍ଥା ନାହିଁ, ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ବାର୍ଥପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବବାହିନୀ ଦ୍ବାରା ବର୍ତ୍ତମାନ କରାଯାଉନାହିଁ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ, ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବବାହିନୀ ନାଆଁରେ ଏକ ସଂଗଠନ ଖୋଲିଥିଲେ। ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା। ରାଜ୍ୟ ରାଜକୋଷରୁ ବିଜୁ ଯୁବବାହିନୀ ନାଁରେ ଟଙ୍କା ଲୁଟ୍ କରାଯାଇଛି। ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ କୌଣସି ଉନ୍ନୟନମୂଳକ କାମ ହୋଇପାରିଥାନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ନିର୍ବାଚନ ନାହିଁ। ତେଣୁ ସରକାରଙ୍କୁ ବିଜୁ ଯୁବ ବାହିନୀର ଆଉ ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ତିନି ବର୍ଷ ପରେ ପୁଣି ନିର୍ବାଚନ ଆସିବ, ସେତେବେଳେ ରାଜ୍ୟ ସରକାରଙ୍କର ଆଉ କିଛି ବାହିନୀଙ୍କ କଥା ମନେ ପଡ଼ିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

‘ଅମୃତ ମହୋତ୍ସବ’ର ଶୁଭାରମ୍ଭ ନିମନ୍ତେ ସାବରମତୀ ଆଶ୍ରମରେ ମୋଦୀ

Fri Mar 12 , 2021
ଅହମଦାବାଦ: ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତୀ ଆଶ୍ରମରୁ ଆଜି ‘ଅମୃତ ମହୋତ୍ସବ’ ଆରମ୍ଭ ହେଉଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା-ସୁମନ ଅର୍ପଣ କରିଛନ୍ତି। ସେଠାରେ ସେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରୁଥିବା ଦାଣ୍ଡିଯାତ୍ରା ହେଉଛି ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ‘ଅମୃତ ମହୋତ୍ସବ’ର ଅଂଶବିଶେଷ। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
‘ଅମୃତ ମହୋତ୍ସବ’ର ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial