କୋଭିଡ୍‌-୧୯ରେ ଚାଲିଗଲେ କିମ୍ବଦନ୍ତୀ ଧାବକ ଉଡ଼ନ୍ତା ଶିଖ

ମିଲ୍‌ଖା ସିଂହ

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ ପୂର୍ବକ କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କର ଅନ୍ତିମ ସଂସ୍କାର କରିବା ସହ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ଟୁଇଟ୍‌ କରି ଅମରିନ୍ଦର ସିଂହ ଲେଖିଛନ୍ତି, ଆମ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସ୍ବର୍ଗତ ମିଲ୍‌ଖା ସିଂହଜୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଦିବଙ୍ଗତ କିମ୍ବଦନ୍ତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯିବ। କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ମିଲ୍‌ଖା ସିଂହ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଦୀର୍ଘଦିନ ଚିକିତ୍ସାଧୀନ ରହି ୯୧ ବର୍ଷ ବୟସରେ ଶୁକ୍ରବାର ରାତିରେ ପ୍ରାଣ ତ୍ୟାଗ କରିଛନ୍ତି। ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ହାସଲକାରୀ ସିଂହଙ୍କୁ ‘ଉଡ଼ନ୍ତା ଶିଖ୍‌’ ଭାବେ ଅଭିହିତ କରାଯାଏ। କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ତାଙ୍କ ପତ୍ନୀ ମଧ୍ୟ ଏ ସପ୍ତାହ ପ୍ରାରମ୍ଭରେ ମୃତ୍ୟୁବରଣ କରିଥିଲେ। ୧୯୬୦ ମସିହାରେ ରୋମ୍‌ରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଆୟୋଜିତ ୪୦୦ ମିଟର୍ ଦୌଡ଼‌ ପ୍ରତିଯୋଗିତାରେ ସେ ୪ର୍ଥ ସ୍ଥାନରେ ସ୍ଥାନୀତ ହୋଇଥିଲେ। ସେ ଥିଲେ ଅଲିମ୍ପିକ୍ କ୍ରୀଡ଼ାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ପ୍ରଥମ ଭାରତୀୟ ବ୍ୟକ୍ତିବିଶେଷ। ‘ଜାତିକୁ ଉତ୍‌ଫୁଲ୍ଲିତ କରାଇ ଅଗଣିତ ଦେଶବାସୀଙ୍କ ଶ୍ରଦ୍ଧାଭାଜନ ହୋଇଥିବା ଜଣେ ମହାନ୍‌ କ୍ରୀଡ଼ାବିତ୍‌ଙ୍କୁ ଭାରତ ହରାଇଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲ୍‌ଖା ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Sun Jun 20 , 2021
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସକାଳ ୬ଟା ୩୦ରେ ସମ୍ବୋଧନ କରିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ଯୋଗ କରାଯିବ। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, କାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ। ଏଥର ଥିମ ରହିଛି ଯୋଗ ଫର ୱେଲନେସ, […]
ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial