ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ନେପାଳ ଆଗରେ ୩୪୩ ରନର ବିଶାଳ ଲକ୍ଷ୍ୟ ରଖିଲା ପାକିସ୍ତାନ

ଏସିଆ କପ୍ ଉଦଘାଟନୀ ମ୍ୟାଚ

ମୁଲତାନ : ଆରମ୍ଭ ହୋଇଛି ବହୁଚର୍ଚ୍ଚିତ ଏସିଆ କପ୍। ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ଦେଢ ଶତକ ବଳରେ ନେପାଳ ଆଗରେ ୩୪୩ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ସ୍ଥାପନ କରିଛି।
ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ଦ​ଳ ଆରମ୍ଭରୁ ଫକର ଜମାନ ଓ ଇମାମ-ଉଲ-ହକଙ୍କ ଓ୍ବିକେଟ ନେଇ ପାକିସ୍ତାନକୁ ଝଟକା ଦେଇଥିଲା। କିନ୍ତୁ ୩ୟ ସ୍ଥାନରେ ଆସିଥିବା ବାବର ଆଜମ୍ ଓ ୪ର୍ଥରେ ଆସିଥିବା ମହମ୍ମଦ ରିଜଓ୍ବାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରିଜଓ୍ବାନ ୪୪ ରନ କରି ଆଉଟ ହୋଇଥିଲେ ବି ବାବରଙ୍କ ବ୍ୟାଟିଂ ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିଲା। ସେ ୧୩୧ଟି ବଲ ଖେଳି ୧୫୧ ରନ କରି ସୋମପାଲ କାମିଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ୬ ନମ୍ବର ସ୍ଥାନରେ ଆସିଥିବା ଇଫତିକାର ଅହମ୍ମଦ ଏକ ଆକର୍ଷଣୀୟ ଇନିଂସ ଖେଳି ମାତ୍ର ୭୧ଟି ବଲରେ ଅପରାଜିତ ୧୦୯ ରନ କରିଥିଲେ। ଏହା ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୩୪୨ରନ କରିଥିଲା। ନେପାଳ ପକ୍ଷରୁ ସୋମପାଳ କାମି ୨ଟି ଓ୍ବିକେଟ ନେଇଥିବାବେଳେ କରନ କେସି ଓ ସନ୍ଦୀପ ଲାମିଚାନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ମାତ୍ର ୭ ମିନିଟରେ ଭଲ ହୋଇଯିବ କର୍କଟ : ଇଂଲଣ୍ଡରେ ରହିଛି ଚମତ୍କାରୀ ଇଞ୍ଜେକସନ

Wed Aug 30 , 2023
ନୂଆଦିଲ୍ଲୀ: ବ୍ରିଟେନର ରାଷ୍ଟ୍ରାୟତ୍ତ ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ। ଏହା ଦ୍ୱାରା କର୍କଟ ରୋଗର ଚିକିତ୍ସା ପାଇଁ ଲାଗିଥିବା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ। ମେଡିସିନ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି (ଏମଏଚଆରଏ)ର ଅନୁମୋଦନ ପରେ ଏନଏଚଏସ ଇଂଲଣ୍ଡ ମଙ୍ଗଳବାର କହିଛି […]
୭ ମିନିଟରେ ଭଲ ହୋଇଯିବ କର୍କଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial