ନୂଆଦିଲ୍ଲୀ: ବ୍ରିଟେନର ରାଷ୍ଟ୍ରାୟତ୍ତ ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ। ଏହା ଦ୍ୱାରା କର୍କଟ ରୋଗର ଚିକିତ୍ସା ପାଇଁ ଲାଗିଥିବା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ। ମେଡିସିନ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି (ଏମଏଚଆରଏ)ର ଅନୁମୋଦନ ପରେ ଏନଏଚଏସ ଇଂଲଣ୍ଡ ମଙ୍ଗଳବାର କହିଛି ଯେ ଆଟେଜୋଲିଜୁମାବ ଇଂଜେକ୍ସନ ଏହି ଚମତ୍କାର କରିଛି। କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଶତାଧିକ ରୋଗୀଙ୍କୁ “ଚର୍ମ ତଳେ” ଏହି ଇଞ୍ଜେକ୍ସନ ଦିଆଯିବ। ଏହା ଦ୍ୱାରା କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ସମୟ ମିଳିବ। ରୋଚେ ପ୍ରଡକ୍ଟସ ଲିମିଟେଡର ମେଡିକାଲ ଡାଇରେକ୍ଟର ମାରିଅସ୍ ସୋଲଜ୍ କହିଛନ୍ତି, “ସିଧାସଳଖ ଶିରାରେ ଦିଆଯାଉଥିବାରୁ ପୂର୍ବରୁ ଯାହା ୩୦ରୁ ୬୦ ମିନିଟ୍ ସମୟ ଲାଗୁଥିଲା ଏବେ ତାହା ପ୍ରାୟ ୭ ମିନିଟ୍ ସମୟ ଲାଗୁଛି। ଏହା ଫଳରେ କମ ସମୟରେ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇପାରୁଛି। ଏହି ଇଂଜେକ୍ସନ ଜେନେନଟେକ୍ ଦ୍ୱାରା ତିଆରି କରାଯାଇଛି। ଏହା ହେଉଛି ଏକ ଇମ୍ୟୁନୋଥେରାପି ଔଷଧ, ଯାହା ରୋଗୀର ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରି କର୍କଟ କୋଷଗୁଡ଼ିକୁ ଖୋଜିବା ଏବଂ ନଷ୍ଟ କରିବାରେ ସକ୍ଷମ କରିଥାଏ। ଏହା ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ମୂତ୍ରାଶୟ ସମେତ ବିଭିନ୍ନ ପ୍ରକାର କର୍କଟ ରୋଗରେ ପୀଡ଼ିତ ଏନଏଚଏସ ରୋଗୀଙ୍କ ଚିକିତ୍ସା କରୁଛି।
ମାତ୍ର ୭ ମିନିଟରେ ଭଲ ହୋଇଯିବ କର୍କଟ : ଇଂଲଣ୍ଡରେ ରହିଛି ଚମତ୍କାରୀ ଇଞ୍ଜେକସନ

Share Now: