ମୁମ୍ବାଇ: ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇପାରିଛନ୍ତି। ଆଇସିସି ଦ୍ୱାରା ଜାରି କରାଯାଇଥିବା ନୂତନ ଅଲ୍ରାଉଣ୍ଡର ରାଙ୍କିଙ୍ଗରେ ହାର୍ଦ୍ଦିକ ବର୍ତ୍ତମାନ ଏକ ନମ୍ବରରେ ପହଞ୍ଚିଛନ୍ତି। ଦେଖିବାକୁ ଗଲେ ଟି-୨୦ ବିଶ୍ୱକପରେ ଭାରତ ପାଇଁ ହାର୍ଦ୍ଦିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହାର୍ଦ୍ଦିକ ୧୪୪ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୦ରୁ ଅଧିକ ଥିଲା ଏବଂ ମୋଟ ୧୧ ୱିକେଟ୍ ନେଇ ହାର୍ଦ୍ଦିକ ଦ୍ୱିତୀୟ ଥର ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରି ଭାରତକୁ ଟି-୨୦ ବିଶ୍ୱକପ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟି-୨୦ ବିଶ୍ୱକପ୍ର ଫାଇନାଲରେ ଯେତେବେଳେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର କ୍ଲାସେନ ଛକା ଓ ଚଉକା ମାରିଥିଲେ, ସେତେବେଳେ ହାର୍ଦ୍ଦିକ ତାଙ୍କୁ ଆଉଟ କରି ପ୍ୟାଭିଲିୟନକୁ ରାସ୍ତା ଦେଖାଇଥିଲେ। ଏହା ପରେ ୨୦ଓଭରର ପ୍ରଥମ ବଲରେ ସେ ଡେଭିଡ ମିଲରଙ୍କୁ ଆଉଟ କରିବାରୁ ଭାରତ ବିଶ୍ୱକପ ଜିତିଥିଲା।
ବିଶ୍ୱର ନଂ ୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ

Share Now: