ଏସୀୟ କ୍ରୀଡ଼ା ପାଇଁ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି

ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ୨୦୨୩ ପାଇଁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଜର୍ସି ସାମନାକୁ ଆସିଛି। ଭାରତୀୟ ଜର୍ସିର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଖେଳାଳି ଭାରତର ଜର୍ସିରେ ନଜର ଆସିଛନ୍ତି। ଜର୍ସିର ଭାଇରାଲ ଫଟୋରେ ଦେଖାଯାଉଛି ଯେ, ଜର୍ସି ରଂଙ୍ଗ ଗାଢ ନୀଳ ରହିଛି। ଉପର ଡାହାଣ ପାର୍ଶ୍ୱରେ ଜେଡବ୍ଲୁଏସ ପ୍ରାୟୋଜକ ଲେଖାଯାଇଛି। ସେହିପରି ମଝିରେ ଧଳା ରଙ୍ଗରେ ଏକ ବଡ଼ ଭାରତ ଲେଖାଯାଇଛି। ଜର୍ସିକୁ ନେଇ ପ୍ରଶଂସକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଏହି ଜର୍ସିକୁ ପସନ୍ଦ କରିଛନ୍ତି, କେତେକ ଏହାକୁ ପସନ୍ଦ କରିନାହାନ୍ତି।
ଏଥର ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଖେଳାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିସିସିଆଇ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଦଳ ପଠାଯିବ, ଯେଉଁଥିପାଇଁ ପୁରୁଷ ଓ ମହିଳା ଦଳ ମଧ୍ୟ ଘୋଷଣା କରାଯାଇଛି। ଏସୀୟ କ୍ରୀଡା ଓ କ୍ରିକେଟ ବିଶ୍ୱକପ ଏକାସଙ୍ଗରେ ପଡ଼ୁଥିବାରୁ ବିସିସିଆଇ ପକ୍ଷରୁ ଏକ ନୂଆ ଦଳ ପଠାଯାଇଛି। ପୁରୁଷ ଦଳର ନେତୃତ୍ୱ ନେବେ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ। ସେହିପରି ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ।

Share Now:

Kalinga News Beuro

Next Post

କର୍ପୋରେସନ ବୈଠକରେ ହୋ ହଲ୍ଲା: ଗୋଟିଏ ଉପବିଭାଗରେ ୨୭ ବର୍ଷ

Tue Sep 19 , 2023
ଅଧିକାରୀଙ୍କୁ ଅନୁକମ୍ପା ପ୍ରସଙ୍ଗରେ ସଭା ସରଗରମ ଭୁବନେଶ୍ୱର: ବିଧାନସଭା ଆରମ୍ଭ ହେବା ପୂର୍ବରୁ ତରବରିଆ ଭା‌ବେ ଆଜି ବସିଥିଲା ବିଏମ୍‌ସିର ମାସିକ ବୈଠକ। ଏଥିରେ ଷ୍ଟ୍ରିଟ୍‌ଲାଇଟ୍‌, ଡେଙ୍ଗୁ ନିରାକରଣ, ଜାଗା ମିସନ୍‌ରେ ବଣ୍ଟା ହେଉଥିବା ଏଲ୍‌ଆରସିକୁ ନେଇ ତନାଘନା ହୋଇଛି। ବିଶେଷ କରି ୨୭ ବର୍ଷ ଧରି ଭେଇକିଲ୍‌ ସେକ୍ସନରେ କାମ କରୁଥିବା ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ବିରୋଧରେ କର୍ପୋରେଟର ନୃପେଶ ନାୟକ କଥା ଉଠାଇବା ପରେ ହୋହଲ୍ଲା ହୋଇଥିଲା। […]
କର୍ପୋରେସନ ବୈଠକରେ ହୋ ହଲ୍ଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial