ଆର୍ଥିକ ସଙ୍କଟରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି

ଆର୍ଥିକ ସଙ୍କଟରେ ବିନୋଦ କାମ୍ବଲି

ଅର୍ଥ ପାଇଁ ୫୦ ବର୍ଷ ବୟସରେ ଖୋଜୁଛନ୍ତି କାମ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ତାରକା ଖେଳାଳି ବିନୋଦ କାମ୍ବଲି ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ସେ ଅର୍ଥ ଉପାର୍ଜନ ପାଇଁ ୫୦ ବର୍ଷ ବୟସରେ କାମ ଖୋଜିବା ସହ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ନିକଟରେ ମଧ୍ୟ ଯାଇ ପହଞ୍ଚିଛନ୍ତି। ବିନୋଦ କାମ୍ବଲି କହିଛନ୍ତି ଯେ, ତାଙ୍କ ବନ୍ଧୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଏହି ବିଷୟରେ ସବୁକିଛି ଜାଣିଛନ୍ତି। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି କହିଛନ୍ତି ଯେ, ବର୍ତ୍ତମାନ ସେ କେବଳ ବିସିସିଆଇ ଦ୍ୱାରା ପ୍ରାପ୍ତ ପେନସନ ଆଧାରରେ ତାଙ୍କ ପରିବାରକୁ ସହାୟତା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବିଷୟରେ ତାଙ୍କ ବନ୍ଧୁ ସଚିନଙ୍କୁ ସବୁ କିଛି ଜଣାଇଛନ୍ତି କିନ୍ତୁ ସେ ସଚିନଙ୍କଠାରୁ କୌଣସି ସାହାଯ୍ୟ ଆଶା ରଖୁନାହାନ୍ତି। କାରଣ ସଚିନ ତାଙ୍କୁ ପୂର୍ବରୁ ବହୁତ ସାହାଯ୍ୟ କରିଛନ୍ତି। ୨୦୧୯ରେ ଶେଷ ଥର ପାଇଁ ଏକ ଦଳକୁ ପ୍ରଶିକ୍ଷଣ ଦେଇଥିଲେ କାମ୍ବଲି। ସେହି ସମୟରେ ସେ ଟି-୨୦ ମୁମ୍ବାଇ ଲିଗରେ ଜଡିତ ଥିଲେ। ଏହାପରେ କରୋନା ସବୁ କିଛି ବଦଳେଇ ଦେଇଥିଲା। ବର୍ତ୍ତମାନ ସେ ବିସିସିଆଇରୁ ୩୦ ହଜାର ଟଙ୍କା ପେନସନ୍ ଉପରେ ନିର୍ଭରଶୀଳ ଅଛନ୍ତି। ଏହାବ୍ୟତୀତ ସେ ତେନ୍ଦୁଲକର ମିଡଲସେକ୍ସ ଗ୍ଲୋବାଲ୍ ଏକାଡେମିରେ ମଧ୍ୟ ଟ୍ରେନିଂ ଦେଉଥିଲେ।
ନିଜ ସମସ୍ୟା ବିଷୟରେ ଜଣାଇଲେ କାମ୍ବଲି :
ବିନୋଦ କାମ୍ବଲି ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦିନଥିଲା ଭୋର ୪ଟାରୁ ଉଠି ଡିୱାଇ ପାଟିଲ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଉଥିଲେ। ଏହାପରେ, ସନ୍ଧ୍ୟାରେ ବି.କେ.ସି ଗ୍ରାଉଣ୍ଡରେ କ୍ରିକେଟ୍ ଶିଖୁଥିଲେ, ଯାହା ଅତ୍ୟନ୍ତ କଷ୍ଟକର ଥିଲା। ଏହାରି ମଧ୍ୟରେ କାମ୍ବଲି କହିଛନ୍ତି ଯେ, ସେ ବିସିସିଆଇର ପେନସନ ଉପରେ ନିର୍ଭରଶୀଳ, କାମ ପାଇଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ମଧ୍ୟ ଯାଇଥିଲେ। ସେ ଆଶା କରୁଛନ୍ତି ଯେ ସେ କିଛି କାମ ପାଇପାରିବେ।
ଏହିପରି ରହିଥିଲା କାମ୍ବଲିଙ୍କ କ୍ୟାରିୟର:
ବିନୋଦ କାମ୍ବଲି ଭାରତ ପାଇଁ ସମୁଦାୟ ୧୦୪ଟି ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ ୧୭ଟି ଟେଷ୍ଟ ମଧ୍ୟ ଖେଳିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୩୫୬୧ ରନ୍ କରିଥିଲେ, ଯେଉଁଥିରେ ଟେଷ୍ଟରେ ଚାରିଟି ଶତକ ଏବଂ ଦିନିକିଆ ମ୍ୟାଚରେ ଦୁଇଟି ଶତକ ରହିଛି। ୧୯୯୧ରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଡେବ୍ୟୁ କରିଥିବା ବେଳେ ୨୦୦୦ରେ ସେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ।

Share Now:

Kalinga News Beuro

Next Post

ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନ୍ ଗୃହ : ଫଟୋ ଛାଡ଼ିଲା ‘ନାସା’

Wed Aug 17 , 2022
ନୂଆଦିଲ୍ଲୀ: ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନଙ୍କ ଘର! ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ସେହିଭଳି କିଛି ବ୍ୟକ୍ତି କହନ୍ତି ଯେ, ମଙ୍ଗଳରେ ଏମିତି ଏକ ଦ୍ୱାର ଅଛି ଯାହା ଭିତରେ ଏଲିଏନଙ୍କ ଦୁନିଆ ରହିଛି। ଏଲିଏନ୍ ମଣିଷମାନଙ୍କଠାରୁ ଲୁଚି ରହିଥାନ୍ତି। କିନ୍ତୁ ଅନେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ […]
ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନ୍ ଗୃହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial