ପାକିସ୍ତାନ ପରି ଟିମ ବିପକ୍ଷରେ ଖେଳିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ୍ : ରାହୁଲ୍

କେ.ଏଲ.ରାହୁଲ

ଦୁବାଇ : ଆସନ୍ତା କାଲି ଅର୍ଥାତ ୨୭ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍। ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା। ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମହାମୁକାବିଲାକୁ ସାରା ବିଶ୍ବର କ୍ରିକେଟପ୍ରେମୀ ଚାହିଁ ରହିଥିବାବେଳେ ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ.ରାହୁଲ କହିଛନ୍ତି ଯେ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ସେ କହିଛନ୍ତି ଯେ ଟିମ୍ ଇଣ୍ଡିଆର ସଦସ୍ୟମାନେ ସେ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି, କାରଣ ଉଭୟ ଟିମ ନିୟମିତ ଭାବେ ଖେଳୁ ନାହାନ୍ତି, କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ଏଣୁ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ଦୁଇ ଦଳ ମଧ୍ୟରେ ତୀବ୍ର ମୁକାବିଲାର ଏକ ଇତିହାସ ରହିଛି ଓ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ଖେଳ ଦେଖିବାକୁ ମିଳିଥାଏ। କ୍ରିକେଟ ଖେଳାଳିଭାବେ ଆମେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଚାହିଁ ବସିଥାଉ। ଏସିଆ କପରେ ଭାରତ ଓ ପାକିସ୍ତାନ ନିଜ ନିଜର ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା ଓ ଶାହିନ ଶାହା ଆଫ୍ରିଦିଙ୍କ ବିନା ଖେଳୁଛନ୍ତି। ଏହା ସତ୍ତ୍ବେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Fri Aug 26 , 2022
କଟକ: ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଭି. ନିରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏକ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ଶ୍ରୀ ଦାସଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ଗତ ମାସରେ ହାଇକୋର୍ଟଙ୍କ […]
ଅର୍ଦ୍ଧେନ୍ଦୁ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial