ଆଇପିଏଲ୍‌-୧୪: ଟସ୍‌ ଜିଣି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ନିଷ୍ପତ୍ତି

ଆଇପିଏଲ୍‌-୧୪

ଦୁବାଇ: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ଆଜି ପୁନଃଆରମ୍ଭ ହେଉଛି। ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍‌ ପ୍ରତ୍ୟାବର୍ତ୍ତନ କରୁଛି। ଏଥି ପାଇଁ ଟସ୍‌ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବ। ଦୀର୍ଘ ୪ ମାସ ପରେ ଲିଗ୍‌ ଆରମ୍ଭ ହେଉଥିବାରୁ ପ୍ରଥମରୁ ଲୟରେ ରହିବାକୁ ଉଭୟ ଦଳ ଆଶା ରଖିଛନ୍ତି।

Share Now:

Kalinga News Beuro

Next Post

ଫାର୍ମାସିଷ୍ଟଙ୍କ ଭରସାରେ ଶିଶୁଭବନ

Sun Sep 19 , 2021
ଅସରାଏ ବର୍ଷାରେ ବୁଡ଼ି ଯାଉଛି ଶିଶୁଭବନ ରାସ୍ତା ଭୁବନେଶ୍ବର: ଶିଶୁ ଭବନକୁ ଆସୁ ନାହାନ୍ତି ଡାକ୍ତର। ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ରୋଗୀ ଚିକିତ୍ସା ଚାଲିଛି। ଏହା କୌଣସି ମଫସଲ ଅଞ୍ଚଳର ଡାକ୍ତରଖାନା ନୁହେଁ ବରଂ ରାଜଧାନୀର ନବୀନ ନିବାସ ପାଖରେ ଥିବା ଶିଶୁ ଭବନର ଅବସ୍ଥା। ଡାକ୍ତରଖାନାରେ ଦୁଇ ଜଣ ଡାକ୍ତର ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ଦୀର୍ଘ ଦିନ […]
ଫାର୍ମାସିଷ୍ଟଙ୍କ ଭରସାରେ ଶିଶୁଭବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial