ହକି ବିଶ୍ୱକପ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ

ହକି ବିଶ୍ବ କପ୍‌ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଚେନ୍ନାଇ : ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱ କପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ସେ ତାମିଲନାଡୁର କ୍ରୀଡାମନ୍ତ୍ରୀ ଉଦୟନାଥ ଷ୍ଟାଲିନ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।
ପ୍ରକାଶ ଥାଉକି ହକି ବିଶ୍ୱ କପ୍ ଲାଗି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଓଡିଶା ନିମନ୍ତ୍ରଣ କରିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତି ପରେ ୧୯ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ସେହି କ୍ରମରେ ଅତନୁ ସବ୍ୟସାଚୀ ନାୟକ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

Share Now:

Kalinga News Beuro

Next Post

୧୫ ଦିନ ପରେ ହକି ବିଶ୍ୱକପ୍‌ : ବିଗିଡ଼ିଗଲାଣି ରେଳଷ୍ଟେସନର ସୌନ୍ଦର୍ଯ୍ୟୀକରଣ

Wed Dec 28 , 2022
ସବୁ ଅଚଳ, ତିକ୍ତ ଅନୁଭୂତି ନେଇ ଫେରିବେ ଦର୍ଶକ ଭୁବନେଶ୍ୱର: ହକି ବିଶ୍ୱକପ୍‌ ପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନେଶ୍ୱର। ସବୁଠି ସବୁଜିମାଭରା ପରିବେଶ। ରାସ୍ତାଘାଟଠାରୁ କାନ୍ଥ ପର୍ଯ୍ୟନ୍ତ ରଙ୍ଗ‌ରେ ରଙ୍ଗିନ ହେଉଛି। ରାସ୍ତାପାର୍ଶ୍ଵରେ ରାତି ଅଧରେ ଗଛ ପୋତା ଚାଲିଛି। ଦେଶ ବିଦେଶରୁ ଅସୁଥିବା ଦର୍ଶକଙ୍କୁ ନିଆରା ଅନୁଭୂତି ଦେବାକୁ ଡଟ୍‌ ଫେଷ୍ଟ, ପଥ ଉତ୍ସବ, ଭୂଫେଷ୍ଟ, ନାଇଟ୍‌ ବଜାର, ଫୁଡ୍‌ ଫେଷ୍ଟ୍‌ କରି ଏକାଧିକ କାର୍ଯ୍ୟକ୍ରମ ପାଇଁ ରୂପରେଖ […]
ବିଗିଡ଼ିଗଲାଣି ସୌନ୍ଦର୍ଯ୍ୟୀକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial