ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏଥର ଜନ୍ମଦିନ ପାଳିବେନି ନବୀନ

ଭୁବନେଶ୍ୱର: ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି। ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏ ଏସିଆନ ଗେମ୍ସ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ତେବେ ଚୟନ ହୋଇଥିବା ସେହି ୧୩ ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ମାମଲା : ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ

Thu Sep 14 , 2023
ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଛି। ମାତ୍ର ଗୋପାଳର ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା।କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଦିନ ୨ଟାରେ ରାୟ […]
କୋର୍ଟରେ ହାଜର ହେଲା ଗୋପାଳ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial