‘ଆଇସିସି’ କ୍ରିକେଟ ବିଶ୍ୱକପ : ଟସ୍‌ ଜିଣି ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ

download

ଚେନ୍ନାଇ: ଆଜି ଚେନ୍ନାଇସ୍ଥିତ ‘ଏମ୍‌. ଏ. ଚିଦମ୍ବରମ୍‌ ଷ୍ଟାଡିୟମ୍‌’ରେ ଆୟୋଜନ କରାଯାଇଥିବା ‘ଆଇସିସି’ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କୁମିନ୍‌ସ୍‌ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୨ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରଲିଆ ୫ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ଓପେନର୍‌ ଯୋଡ଼ି ଭାବେ ଖେଳୁଛନ୍ତି ଡେଭିଡ୍‌ ୱାର୍ଣ୍ଣର୍‌ ଓ ମିସେଲ୍‌ ମାର୍ସ।
ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଈଶାନ୍‌ କିଷନ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ଵିନ, କୁଳଦୀପ ଯାଦବ, ଜସ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ। ସୂଚନାଯୋଗ୍ୟ, ଅସୁସ୍ଥତା ଯୋଗୁଁ ଆଜି ଭାରତୀୟ କ୍ରିକେଟର୍‌ ଶୁବମନ୍‌ ଗିଲ୍‌ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। ତାଙ୍କ ପରିବର୍ତ୍ତେ ରୋହିତଙ୍କ ସହିତ ଈଶାନ୍‌ କିଷନ୍‌ ଓପେନିଙ୍ଗ୍‌ ଯୋଡ଼ି ଭାବେ ଯିବେ। ସେହିପରି, ମହମ୍ମଦ ଶାମିଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ନିଆଯାଇଛି। ସେପଟେ, ଆଜି ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ହେଲେ, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ଣ୍ଣସ୍‌ ଲେବୁସେନ୍‌, କ୍ୟାମେରନ୍‌ ଗ୍ରିନ୍‌, ଆଲେକ୍ସ କେରି (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଜସ୍‌ ହେଜେଲ୍‌ଉଡ୍‌ ଓ ଆଦାମ୍‌ ଜାମ୍ପା।

Share Now:

Kalinga News Beuro

Next Post

ଆଙ୍କୁଶପୁର କେନାଲରେ ୨୦ ଫୁଟ୍‌ର ଘାଇ

Sun Oct 8 , 2023
ବାଲିପାଟଣା: ବାଲିପାଟଣା ଅଙ୍କୁଶପୁର କେନାଲରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗତକାଲି ରାତିରୁ ବାଲିପାଟଣା ବ୍ଲକ ତରବୋଇ ଗ୍ରାମଠାରେ କେନାଲ ବନ୍ଧ ଭାଙ୍ଗି ବିଲରେ ପାଣି ମାଡ଼ି ଯାଇଥିଲା। ରାସ୍ତାକାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ହେକ୍ଟର ହେକ୍ଟର ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅପରାହ୍ନରେ ଘାଇ ମରାମତି ହୋଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର […]
ଆଙ୍କୁଶପୁର କେନାଲରେ ୨୦ ଫୁଟ୍‌ର ଘାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial