‘ବିରାଟ’ ପ୍ରସଙ୍ଗ : ‘ମୁଁ ନୁହେଁ ବିସିସିଆଇ ବୁଝିବ’- ସୌରଭ ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ମୁମ୍ବାଇ : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ ଏ ନେଇ ସବୁକଥା ବିସିସିଆଇ ବୁଝିବ। କୋହଲିଙ୍କ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଗାଙ୍ଗୁଲି କହିଥିଲେ ଯେ ଏ ସମ୍ପର୍କରେ ତାଙ୍କର କିଛି କହିବାକୁ ନାହିଁ। ଏ କଥା ବିସିସିଆଇ ଉପରେ ଛାଡ଼, ଆମେ ବିସିସିଆଇରେ ଏକଥା ବୁଝିବୁ। ଦୁଇଦିନ ତଳେ କୋହଲି ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦିନିକିଆ ଅଧିନାୟକ ପଦବୀରୁ ତାଙ୍କୁ ବାହାର କରିବା ପୂର୍ବରୁ ମାତ୍ର ଦେଢଘଣ୍ଟା ସମୟ ଦିଆଯାଇଥିଲା। ତେବେ ଏ ସଂପର୍କରେ ଗାଙ୍ଗୁଲି କହିଥିଲେ ଯେ ବିରାଟ ଯେତେବେଳେ ଘୋଷଣା କରିଥିଲେ ଯେ ସେ ଟି-୨୦ ଅଧିନାୟକ ପଦ ଛାଡ଼ବେ, ସେ ବ୍ୟକ୍ତିଗତ ଭାବେ ତାଙ୍କୁ ଫୋନ କରି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ। କିନ୍ତୁ ବିରାଟ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। କିନ୍ତୁ ଏହାର ଜବାବରେ ବୁଧବାରଦିନ କୋହଲି କହିଥିଲେ ଯେ ଗାଙ୍ଗୁଲି ତାଙ୍କୁ ଏପରି କିଛି ଅନୁରୋଧ କରିନଥିଲେ। ବିରାଟଙ୍କୁ ଅଧିନାୟକ ପଦବୀରୁ ହଟାଯିବାକୁ ବିବାଦ ବଢିବାରେ ଲାଗିଛି। ଏହି ଘଟଣା ପରେ ଭାରତୀୟ ଦଳରେ ଥିବା ବିଭେଦ ଆହୁରି ଗଭୀର ହୋଇଛି। ଏହାର କୁପ୍ରଭାବ ଭାରତୀୟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ପଡ଼ିବା ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

ବାଇକ୍‌ ଷ୍ଟଣ୍ଟ୍‌ମ୍ୟାନଙ୍କ କବଜ୍ଜାରେ ଏକାମ୍ର କାନନ-ଆଇଏମ୍‌ଏ ରାସ୍ତା

Thu Dec 16 , 2021
ସାଧାରଣ ଲୋକଙ୍କ ଚଳପ୍ରଚଳରେ ଅସୁବିଧା ଓ ଦୁର୍ବଳ ପୁଲିସ ପାଟ୍ରୋଲିଂ ଚନ୍ଦ୍ରଶେଖରପୁର: ଏକାମ୍ର କାନନ-ଆଇଏମ୍‌ଏ ଦୁଇ ଶହ ଫୁଟିଆ ରାସ୍ତା ଏବେ ବାଇକ୍‌ ଷ୍ଟଣ୍ଟମ୍ୟାନ୍‌ଙ୍କ କବ୍‌ଜାରେ। ସେମାନଙ୍କ ଦୌରାତ୍ମ୍ୟ ପାଇଁ ଅପରାହ୍ନ ହେବା ମାତ୍ରେ ଏହି ରାସ୍ତାରେ ସାଧାରଣ ଲୋକଙ୍କ ଚଳପ୍ରଚଳ ସମ୍ଭବ ହେଉନାହିଁ। ଭୟଙ୍କର ତଥା ବିକଟାଳ ଶବ୍ଦ କରୁଥିବା ମାଳମାଳ ବାଇକ୍‌ ଏହି ରାସ୍ତାରେ ଏକପ୍ରକାର ଆତଙ୍କ ଖେଳାଇ ଦେଉଛି। ତେଣୁ ଏବେ ସ୍ଥାନୀୟ ଲୋକେ ଏହି […]
ଅସୁରକ୍ଷିତ ଏକାମ୍ର କାନନ-ଆଇଏମ୍‌ଏ ରାସ୍ତା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial