ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ଆରମ୍ଭ

ରାଉରକେଲା: ସେକ୍ଟର-୨୦ ରାଇଜିଂ ପଡ଼ିଆରେ ଶନିବାରଠାରୁ ୭ମ ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଏକତରଫା ହୋଇଥିଲା। ଓଡ଼ିଶା ଦଳ ଲାଗ୍‌ ଲାଗ୍‌ ଦୁଇ ସେଟ୍‌(୨୫-୧୭ ଓ ୧୫-୨୩)କୁ ଜିତିନେଇ ବିଜୟୀ ହୋଇଛି। ଓଡ଼ିଶା ଦଳର ଅନୀଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସେହିଭଳି ଦ୍ଵିତୀୟ ମ୍ୟାଚ୍‌ରେ ଗୁଜୁରାଟ୍‌ ୨-୦ ସେଟ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ବିଜୟୀ ଦଳର କାର୍ତ୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍‌କୁ ସୂଜୟ ନାୟକ, ଦୁର୍ଗା ମାଧବ ନାୟକ, ସଞ୍ଜୟ ଚାନ୍ଦ, ସଞ୍ଜୀବ ମହାନ୍ତି, ଆନ୍ନା କେର୍କେଟା, ଆଦିକନ୍ଦ ପ୍ରମୁଖ ପରିଚାଳନା କରିଥିଲେ।
ଉଲ୍ଳେଖଯୋଗ୍ୟ, ଦୁଇଦିନ ଧରି ଚାଲିବାକୁଥିବା ଓଡ଼ିଶାର ଶ୍ରେଷ୍ଠ ଭଲିବଲ ଖେଳାଳିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ସମେତ ମୋଟ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଆର୍‌ଏସ୍‌ପି ଇଡି ସୋମନାଥ ତ୍ରିପାଠୀ, ଅତିରିକ୍ତ ଏସ୍‌ପି ରମାକାନ୍ତ ସୁନା, ଆର୍‌ଏସ୍‌ପି ସିଜିଏମ୍‌ ପି.କେ. ସ୍ୱାଇଁ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତା ଆୟୋଜନରେ ରାଇଜିଂ କ୍ଲବର ସାଂଗଠନିକ ସମ୍ପାଦକ ଶିଶିର ସାହୁ, ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, କମଳାକାନ୍ତ ନାୟକ, ଇନ୍ଦ୍ରଜିତ ସିଂହ, ଏସ. ନାୟକ, ସୌଭାଗ୍ୟ ମିଶ୍ର, ତୃପ୍ତି ରଞ୍ଜନ ଦାସ, ବିରେନ ପ୍ରଧାନ, ଅମର ଦାଶ, ବିନୋଦ ରାୟ, ଧରଣୀଧର ବିଶ୍ବାଳ, ମାନସ ନାୟକ, ସତ୍ୟ ପ୍ରଧାନ, ‌ଯଶୋବନ୍ତ ବେହେରା, ସଞ୍ଜୟ ଦାଶ, ଅନୀଲ ସିଂହ, ସୁଶାନ୍ତ ସାହୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।

Share Now:

Kalinga News Beuro

Next Post

୬ମାସ ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ ରାଜି

Sun Mar 3 , 2024
ଗାଜା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ କରିଛନ୍ତି। ପ୍ରସ୍ତାବ ଅନୁସାରେ ଗାଜାରେ ୬ମାସ ପାଇଁ ଯୁଦ୍ଧ ବନ୍ଦ ରହିବ। ଏହା ସହିତ ହମାସ ଦ୍ବାରା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial