ଅହମଦାବାଦ : ଆଇସିସି ଦିନକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଗତ ଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୮୨ ରନ କରିଛି। ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଡାଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ତେବେ ମଲାନ ମାତ୍ର ୧୪ ରନରେ ଆଉ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ରୁଟ୍ ସର୍ବାଧିକ ୭୭ ରନ କରିଥିବାବେଳେ ବେୟାରଷ୍ଟୋ ୩୩ ରନ କରିଥିଲେ। ମଧ୍ୟକ୍ରମରେ କେତେକ ବ୍ୟାଟର ବିଫଳ ହେବା ପରେ ଜସ ବଟଲର ଓ ଲିଆମ ଲିଭିଂଷ୍ଟୋନ ସ୍କୋରକୁ ଏକ ସମ୍ମାନଜୋନକ ସ୍ତରକୁ ନେଇଯାଇଥିଲେ। ଶେଷ ବେଳକୁ ମାର୍କ ଉଡ୍ ଓ ଆଦିଲ୍ ରସିଦ୍ ଉପଯୋଗୀ ବ୍ଯାଟିଂ କରି ସ୍କୋରକୁ ୨୮୦ ଉପରକୁ ନେଇଯାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୩ଟି ଓ୍ବିକେଟ ନେଇଥିବାବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ।
ବିଶ୍ୱକପ୍ ଉଦଘାଟନୀ ମ୍ୟାଚ୍ : ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

Share Now: