ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ମାର୍ଗଦର୍ଶିକା : ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଜାରି ହେଲା ଦୁର୍ଗାପୂଜା ମାର୍ଗଦର୍ଶିକା

ଭୁବନେଶ୍ୱର: ଦୁର୍ଗା ପୂଜା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ କରୁଛନ୍ତି। ଏଥର ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା। ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଛି। ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୁଲିସ କମିସନର। ସେହିପରି ବର୍ଷାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ରାସ୍ତାଘାଟର ମରାମତି ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ୫କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ସହରରେ ହେଉଥିବା ପୂଜା ଓ ଭସାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ତିନି ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର ଓ ଟ୍ରାଫିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡିସିପି ପ୍ରୀତିକ ସିଂହ କହିଛନ୍ତି, ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାତି ୧୨ଟା ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଭସାଣ ବେଲେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସହର, ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ନଜର ରଖିବ ପୁଲିସ। ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରହିବ। ଚୋରି ରୋକିବା ପାଇଁ ଗଳି ଗଳିରେ ପୁଲିସ ପହରା ମାରିବ। କଟକରେ ଚଳିତ ବର୍ଷ ୧୬୮ଟି ମେଢ ହେଉଛି ଏବଂ ଭୁବନେଶ୍ୱରରେ ୧୮୩ ମୃଣ୍ମୟୀ ମୂର୍ତ୍ତି ହେଉଛି।

Share Now:

Kalinga News Beuro

Next Post

‘ସପ୍ତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ : ଆହ୍ଲାବାଦ ହାଇକୋର୍ଟ

Thu Oct 5 , 2023
ପ୍ରୟାଗରାଜ: ‘ସପ୍ତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି ଏକ ବିବାହ ମାମଲାରେ ରାୟ ଦେବା ବେଳେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଛାଡ଼ପତ୍ର ନ ଦେଇ ତାଙ୍କଠାରୁ ପୃଥକ୍‌ ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ଉପରୋକ୍ତ ମାମଲା ଦାଏର କରିଥିଲେ। ଅଦାଲତ ଏହି ମାମଲାକୁ ଖାରଜ କରିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ […]
‘ସାତପଦୀ’ ଓ ଅନ୍ୟାନ୍ୟ ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial