ବିଜୟଠୁ ୧୯୯ ରନ୍‌ ଦୂରରେ ଭାରତ ‘ଏ’

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଅଣଆନୁଷ୍ଠାନିକ ଟେଷ୍ଟ୍‍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ‘ଏ’ ବିଜୟଠୁ ୧୯୯ ରନ୍‌ ଦୂରରେ ରହିଛି। ଅଷ୍ଟ୍ରେଲିଆର ୨୪୩ ରନ୍‌ ଜବାବରେ ଭାରତ ‘ଏ’ ପ୍ରଥମ ପାଳିରେ ୨୭୪ ରନ୍‌ କରି ୩୧ ରନ୍‌ରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଟ୍ରଭିସ ହେଡ୍‌ଙ୍କ ୮୭ ରନ୍‌ ବଳରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୯୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ରେ ୧୧ ଓ୍ଵିକେଟ୍‌ ହାସଲ କରିଥିଲା ବେଳେ କୃଷ୍ଣପା ଗୌତମ ଏବଂ କୁଲଦୀପ ଯାଦବ ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍‌ ପାଇଥିଲେ। ୨୬୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନ ଶେଷ ସୁଦ୍ଧା ଅଭିମନ୍ୟୁ ଈଶ୍ୱରନ୍‌ (୦) ଏବଂ ଅଧିନାକ ଶ୍ରେୟସ ଆୟର (୨୮)ଙ୍କ ଓ୍ଵିକେଟ୍‌ ହରାଇ ୬୩ ରନ୍‌ କରିଛି। ମୟଙ୍କ ଅଗ୍ରଓ୍ଵାଲ୍‌ (୨୫*) ଏବଂ ଅଙ୍କିତ ବାେଓ୍ଵଁ (୬*) ବ୍ୟାଟିଂ ଜାରି ରଖିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଗୁରୁଦିବସକୁ କଳାଦିବସ ଭାବେ ପାଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ

Wed Sep 5 , 2018
ଭୁବନେଶ୍ୱର: ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial