ମହିଳା ୫୦ ମିଟର୍‌ ରାଇଫଲ୍‌ ୩ରେ ବିଶ୍ୱ ରେକର୍ଡ କରି ସ୍ଵର୍ଣ୍ଣ ପଦକ ଜିଣିଲେ ସିଫ୍ଟ ସିମ୍‌ରା ଓ କାଂସ୍ୟ ଜିଣିଲେ ଆଶି ଚୌକ୍ସି

ସ୍ବର୍ଣ୍ଣ ପଦକ ଜିଣିଲେ ସିଫ୍ଟ୍‌ ସିମ୍‌ରା

ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ରେ ସିଫ୍ଟ କୌର ସିମ୍‌ରା ଓ ଆଶି ଚୌକ୍‌ସି ଯଥାକ୍ରମେ ସ୍ଵର୍ଣ୍ଣ ଓ କାଂସ୍ୟ ପଦକ ବିଜୟ ହୋଇଛନ୍ତି। ଏହଛଡ଼ା, ଏହି ଟୁର୍ଣ୍ଣାମେଣ୍ଟ୍‌ର ଇତିହାସରେ ଉପରୋକ୍ତ ରାଇଫଲ୍‌ ଚାଳନାରେ ପ୍ରଥମ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇ ଭାରତ ରେକର୍ଡ ସୃଷ୍ଟି କରିଛି। ସିମ୍‌ରା ୪୬୯.୬ ପଏଣ୍ଟ୍‌ ହାସଲ କରି ବିଶ୍ୱ ରେକର୍ଡ ଭାଙ୍ଗି ଥିବା ବେଳେ ଚୌକ୍‌ସି ୪୫୧.୯ ପଏଣ୍ଟ୍‌ ସ୍କୋର୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ଏହି ପ୍ରତିଯୋଗିତା ତାଲିକାରେ ୬ଷ୍ଠ ସ୍ଥାନରେ ଥିଲେ କିନ୍ତୁ, ଏବେ ଦ୍ଵିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ, ଚୀନ୍‌ର କ୍ୱିଓଙ୍ଗୟୁଏ ଏହି ପ୍ରତିଯୋଗିତାରେ ୪୬୨.୩ ପଏଣ୍ଟ୍‌ ହାସଲ କରି ରୌପ୍ୟ ପଦକ ପାଇବାରୁ ଚୌକ୍ସି ୩ୟ ସ୍ଥାନକୁ ଖସି ଆସିଛନ୍ତି। ସିମ୍‌ରାଙ୍କ ସ୍ଵର୍ଣ୍ଣ ପଦକକୁ ମିଶାଇ ଭାରତ ସମୁଦାୟ ୫ଟି ସ୍ଵର୍ଣ୍ଣ ପଦକ ହାସଲ କଲାଣି। ଏହାଛଡ଼ା, ୨୦୨୩ ଏସୀୟ କ୍ରୀଡ଼ାରେ ଭାତର ୫ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ ମଧ୍ୟ ହାସଲ କରିଛି।

Share Now:

Kalinga News Beuro

Next Post

ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ

Wed Sep 27 , 2023
ବାଲେଶ୍ୱର : ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଜୁଣିଆ ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଗତକାଲି ରାତି ୨ଟାରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିବା ବେଳେ ଘରେ ମାଆ ଶାନ୍ତିଲତା ଏକୁଟିଆ ଥିଲେ। ଦୁର୍ବୁତ୍ତ ଏହାର ସୁଯୋଗ […]
ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial