ସବୁଠାରୁ ବୟସ୍କ ଭାରତୀୟ ଭାବେ ରୋହନ ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଗ୍ରାଣ୍ଡସ୍ଲାମ୍

ସିଡନି : ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସୁଛି। ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ତାଙ୍କ ସାଥୀ ମ୍ୟାଟ୍ ଏବଡନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ରୋହନ ଓ ମ୍ୟାଟ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ରେ ଇଟାଲୀର ସିମୋନ୍ ବୋଲେଲି ଓ ୱାଓସୋରୀଙ୍କୁ ପରାସ୍ତ କରିଛନ୍ତି। ରୋହନ ବୋପାନ୍ନା ଓ ମ୍ୟାଟ୍ ଏବଡନ୍ ୭-୬, ୭-୫ରେ ସିମୋନ ବୋଲେଲି ଓ ୱାଓସୋରିଙ୍କୁ ପରାସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ରୋହନ ବୋପାନ୍ନା ଗ୍ରାଣ୍ଡସ୍ଲାମ୍ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କ ବୟସ ୪୩ ବର୍ଷ ରହିଛି।
ରୋହନ ବୋପାନ୍ନାଙ୍କ ପୂର୍ବରୁ ଗ୍ରାଣ୍ଡସ୍ଲାମ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ଥିଲେ ନେଦରଲାଣ୍ଡର ଜିନ୍ ଜୁଲିଆନ୍ ରୋଜର। ୪୦ ବର୍ଷ ୯ ମାସ ବୟସରେ ଜିନ୍ ଜୁଲିଆନ୍ ରୋଜର ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିଲେ। ଫାଇନାଲ ମ୍ୟାଚରେ ରୋହନ ବୋପାନ୍ନା ଓ ମ୍ୟାଟ୍ ଏବଡେନଙ୍କ ଯୋଡ଼ିକୁ ଇଟାଲୀର ସିମୋନ ବୋଲେଲି ଓ ୱାଓସୋରୀଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ସେମାନଙ୍କୁ ବିଜୟରୁ ରୋକି ପାରିନଥିଲେ। ପ୍ରଥମ ସେଟ୍ ଟାଇ ବ୍ରେକରକୁ ଯାଇଥିଲା। ଟାଇବ୍ରେକରରେ ବୋପାନ୍ନା ଓ ଏବଡେନଙ୍କ ଯୋଡ଼ି ଗୋଟିଏ ବି ମ୍ୟାଚ୍ ହାରିନଥିଲେ। ଏହି ଫାଇନାଲ ମ୍ୟାଚ୍ ୧ ଘଣ୍ଟା ୩୯ ମିନିଟ୍ ଧରି ଚାଲିଥିଲା। କିନ୍ତୁ ଶେଷରେ ରୋହନ ଓ ମ୍ୟାଟ୍ ଙ୍କ ଯୋଡ଼ି ଟାଇଟଲ ଜିତିଥିଲେ।

Share Now:

Kalinga News Beuro

Next Post

ବଢ଼ିଲା ବିଏସ୍‌କେୱାଇ-ନବୀନ କାର୍ଡ ଆବେଦନ ଅବଧି

Sun Jan 28 , 2024
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଆବେଦନ ଅବଧୀ ବଢ଼ିଲା ପରେ ଜାନୁଆରୀ ୨୬ରେ ଏହାର ଅବଧି ସରିଥିଲା। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial